AK ଗିରଫ ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ଜଣାପଡିଛି । ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ପୁଲିସ ପ୍ରାୟ ୧୯ଜଣଙ୍କୁ ଜେରା କରିଥିବା ବେଳେ କେତେ ଜଣ ଗିରଫ ହେବେ ତାହା ପୁଲିସର ସାମ୍ବାଦିକ ସମ୍ମିଳନୀ ପରେ ହିଁ ସ୍ପଷ୍ଟ ହେବ ।

ପ୍ଲଟ ବ୍ୟବସାୟୀ ସୁଧୀର ହତ୍ୟା ଘଟଣା। ପୁତୁରା ଓ ଝିଆରୀଙ୍କ ସମେତ ୮ ଜଣ ଗିରଫ। ହତ୍ୟା ଘଟଣାରେ ସୁଧୀରଙ୍କ ସମ୍ପର୍କୀୟ ତଥା ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର ଓ ତୁଷାରଙ୍କ ଭଉଣୀ ନିବେଦିତା ପାତ୍ର, ଆଶିଷ ମହାପାତ୍ର, ଗୋଳାବନ୍ଧର ନାରାୟଣ ପ୍ରଧାନ, ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ହିଂଜିଲିଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼ ଓ ଜିତୁନ୍ ପଳେଇ ଆଦି ୮ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏକାଧିକକୁ ଜେରା କରୁଥିବା ଜଣାପଡିଛି । ଗିରଫ ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ଜଣାପଡିଛି । ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ପୁଲିସ ପ୍ରାୟ ୧୯ଜଣଙ୍କୁ ଜେରା କରିଥିବା ବେଳେ କେତେ ଜଣ ଗିରଫ ହେବେ ତାହା ପୁଲିସର ସାମ୍ବାଦିକ ସମ୍ମିଳନୀ ପରେ ହିଁ ସ୍ପଷ୍ଟ ହେବ ।






