AK କରତିଆ ସେବକ ମାନେ ତୁମ୍ବ ଚିରଟ କରୁଛନ୍ତି । ଏକକାଳୀନ ତିନିବାଡ଼ର ତୁମ୍ବକାର୍ଯ୍ୟ କରାଯାଉଛି । ଗତକାଲି ମହାରଣା ସେବକମାନେ ରଥ ଅନୁକୂଳ ପର୍ବ ପରେ ତୁମ୍ବ ପାଇଁ କାଠରେ ଚିହ୍ନ ଦେଇଥିଲେ । ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ବିଧି ସମ୍ପନ୍ନ ପରେ ମହାରଣା ସେବକ କୁରାଢ଼ିରେ ଅନୁକୂଳ କରି ଫାସିକାଠରେ ତୁମ୍ବ ପାଇଁ ଚିହ୍ନ ଦେଇଥିଲେ ।

ଅକ୍ଷୟ ତୃତୀୟାରେ ଅନୁକୂଳ ହୋଇଛି ରଥ ନିର୍ମାଣ । ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । କରତିଆ ସେବକ ମାନେ ତୁମ୍ବ ଚିରଟ କରୁଛନ୍ତି । ଏକକାଳୀନ ତିନିବାଡ଼ର ତୁମ୍ବକାର୍ଯ୍ୟ କରାଯାଉଛି । ଗତକାଲି ମହାରଣା ସେବକମାନେ ରଥ ଅନୁକୂଳ ପର୍ବ ପରେ ତୁମ୍ବ ପାଇଁ କାଠରେ ଚିହ୍ନ ଦେଇଥିଲେ । ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ବିଧି ସମ୍ପନ୍ନ ପରେ ମହାରଣା ସେବକ କୁରାଢ଼ିରେ ଅନୁକୂଳ କରି ଫାସିକାଠରେ ତୁମ୍ବ ପାଇଁ ଚିହ୍ନ ଦେଇଥିଲେ । ଆଉ ଆଜି ସକାଳେ କରତିଆ ସେବକ ମାନେ ରଥଖଳାରେ ଆରମ୍ଭ କରିଛନ୍ତି କାଠ ଚିରଟ । ତିନିବାଡ଼ରେ ୬ଜଣ କରତିଆ ନାହାକା ତୁମ୍ବକୁ କରତରେ ଚିରଟ କରିଛନ୍ତି। ତିନି ରଥରେ ତିନୋଟି ନାହାକା ତୁମ୍ବ ଚିରଟ ହୋଇ ସେଥିରେ ସୂତାବାଡ଼ିଆ କରାଯାଇଛି। ଏହି ଭଳି ମୋଟ ୪୨ଟି ତୁମ୍ବ ପାଇଁ ତୁମ୍ବକାଠ ଚିରଟ କରାଯିବ। ଏବେ ରଥ ନିର୍ମାଣରେ ୨୦ଜଣ ସେବକ କାର୍ଯ୍ୟ କରୁଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟମାନେ ଆସି ଯୋଗଦେବେ ବୋଲି କହିଛନ୍ତି ମହାରଣା ସେବକ ।
ସେପଟେ ଚଳିତ ବର୍ଷ ରଥଖଳାକୁ ଅଧିକ ୬୦ଫୁଟ ସମ୍ପ୍ରସାରଣ କରାଯାଇଛି। ତେବେ ଆଜି ଭୋଇ ସେବାୟତମାନେ ତୁମ୍ବ କାଟିବା ପାଇଁ କାଠ ଯୋଗେଇ ଥିବା ବେଳେ । କରତିଆ ସେବକ ମାନେ ଯଥାବିଧି ଅନୁସାରେ ତୁମ୍ବ ଚିରଟ କାର୍ଯ୍ୟ କରୁଛନ୍ତି। ଏକକାଳୀନ ତିନିବାଡ଼ର ତୁମ୍ବ କାର୍ଯ୍ୟ କରାଯାଉଛି । ସେପଟେ ଏସଓପି ଆଧାରରେ କଡ଼ କଟକଣା ମଧ୍ୟରେ ରହିବ ରଥଖଳା । ନିୟୋଜିତ ହେବେ ବ୍ୟାପକ ପୁଲିସ। ରଥଖଳାକୁ ପ୍ରବେଶ ଉପରେ ରହିଛି ନିଷେଧାଦେଶ ।






