AK ତାଙ୍କ କହିବା କଥା ଯେ ମହିଳା ସଂରକ୍ଷଣ ବିଲ ୨୦୨୩ରେ ପାରିତ ହୋଇଥିଲା। ସେଇଟା ଥିଲା ପ୍ରକୃତ ବିଧେୟକ। ସରକାର ତାଙ୍କୁ ଆଣିଲେ ସମସ୍ତେ ସମର୍ଥନ କରିବେ। ଏବେ ସରକାର ମହିଳା ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ଲାଗୁ କରିବାକୁ ଚାହୁଁଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଉପରେ ଜୋରଦାର ବର୍ଷିଛନ୍ତି। ମହିଳା ସଂରକ୍ଷଣ ବିଲ ଓ ସୀମା ନିର୍ଦ୍ଧାରଣକୁ ଯୋଡ଼ି ସରକାର ଭାରତର ନିର୍ବାଚନୀ ମାନଚିତ୍ରକୁ ବଦଳାଇବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି।

ତାଙ୍କ କହିବା କଥା ଯେ ମହିଳା ସଂରକ୍ଷଣ ବିଲ ୨୦୨୩ରେ ପାରିତ ହୋଇଥିଲା। ସେଇଟା ଥିଲା ପ୍ରକୃତ ବିଧେୟକ। ସରକାର ତାଙ୍କୁ ଆଣିଲେ ସମସ୍ତେ ସମର୍ଥନ କରିବେ। ଏବେ ସରକାର ମହିଳା ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ଲାଗୁ କରିବାକୁ ଚାହୁଁଛନ୍ତି। ରାଜନୀତିକ ସୀମାକୁ ପୁଣି ଧାର୍ଯ୍ୟ କରିବାକୁ ସରକାର ଚାହୁଁଥିବା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି । ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ସେ ଦାବି କରିଛନ୍ତି ଯେ ଦଳ ଦେଶର ରାଜନୀତିକ ମାନଚିତ୍ରକୁ ପୁଣି ତିଆରି କରିବାକୁ ଉଦ୍ୟମ କରୁଛି। ଆସାମ ଓ ଜମ୍ମୁ-କଶ୍ମୀର ସହ ଘଟିଥିବା ଘଟଣା ଅଦ୍ଭୂତ ରହିଥିଲା। ଜାତୀୟ ସ୍ତରରେ ସମାନ ପରିବର୍ତ୍ତନ ପାଇଁ ସମ୍ବିଧାନ ସଂଶୋଧନ ଆବଶ୍ୟକ। ଏହା ପ୍ରତିନିଧିତ୍ୱ ଉପରେ ସାଂଘାତିକ ପ୍ରଭାବ ପ୍ରକାଇବ।
ରାହୁଲଙ୍କ ମତରେ ଏପରି ପଦକ୍ଷେପ ଦକ୍ଷିଣ ଭାରତ, ଉତ୍ତରପୂର୍ବ ଭାରତ ଓ ଛୋଟ ଛୋଟ ରାଜ୍ୟର ସ୍ୱରକୁ ଦାବି ଦେବ। ସେ କହିଛନ୍ତି, “ଆପଣ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ, ଆପଣ ଭାରତର ଛୋଟ ରାଜ୍ୟଗୁଡ଼ିକୁ କହିବାକୁ ଚାହୁଁଛନ୍ତି ଯେ ବିଜେପି କ୍ଷମତାରେ ରହିବା ପାଇଁ ଆମେ ଆପଣମାନଙ୍କ ଠାରୁ ପ୍ରତିନିଧିତ୍ୱ ଛଡ଼ାଇ ନେବୁ।ଏହା ଦେଶ ବିରୋଧୀ କାମ ଛଡ଼ା କିଛି ନୁହେଁ। ପ୍ରଥମ ସତ ହେଲା, ଏହା ମହିଳା ସଂରକ୍ଷଣ ବିଧେୟକ ନୁହେଁ। ଏହା ସହ ମହିଳା ସଶକ୍ତୀକରଣର କୌଣସି ନେଣଦେଣ ନାହିଁ। ଏହାର ଭାରତର ନିର୍ବାଚନୀ ମାନଚିତ୍ରକୁ ବଦଳାଇବା ପାଇଁ ପ୍ରୟାସ।” ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ଜାତିଭିତ୍ତିକ ଜନଗଣନାକୁ ବାଇପାସ କରିବା ଓ ପଛୁଆ ବର୍ଗର ପ୍ରତିନିଧିତ୍ୱ ଉପରେ କଟକଣା ଲାଗୁ କରିବା ପାଇଁ ଏହା ଗୋଟିଏ ଉଦ୍ୟମ।






