ଏ.କେ. ବ୍ୟୁରୋ: ମହୁମାଛି ଆକ୍ରମଣରେ ୮ ଆହତ। କଟକ ଜିଲ୍ଲା ବାଙ୍କୀ ସିମୋର ରାସ୍ତାର ଢଂସର ଗାଁ ନିକଟ ଭୋଖାଶଙ୍ଖଠାରେ ମହୁମାଛି ଆକ୍ରମଣରେ ୮ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଭୋଖାଶଙ୍ଖ ନିକଟରେ ଥିବା ଗୋଟିଏ ଆମ୍ବ ଗଛରେ ମହୁମାଛି ବସା କରିଥିବା ବେଳେ ହଠାତ ବସାରୁ ବାହାରି ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏବେ ସେହି ରାସ୍ତା ଦେଇ ଯାତାୟାତ କରିବାକୁ ଲୋକେ ଭୟ କରୁଛନ୍ତି।






