AK ଅହମ୍ମଦାବାଦରେ ଆୟୋଜିତ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନରେ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଣ୍ଟେନର ଜେଟି, ଭେରି ଲାର୍ଜ କ୍ରୁଡ୍ କ୍ୟାରିଅର୍ ଜେଟି, ତମ୍ବା ଉତ୍ପାଦନ ୟୁନିଟ୍, ସୌର ସେଲ୍ ଏବଂ ପବନ ଚଳିତ ଟର୍ବାଇନ୍ ଉପକରଣ ନିର୍ମାଣ କେନ୍ଦ୍ର ଗୁଡିକ ବୁଲି ଦେଖିଛନ୍ତି । ଏହି ଅବସରରେ ଶିଳ୍ପ ଜଗତର ନେତୃବୃନ୍ଦଙ୍କୁ ସମ୍ୱୋଧନ କରି ଭାରତର ପରବର୍ତ୍ତୀ ଶିଳ୍ପ ବିପ୍ଳବର ମୁଖ୍ୟ ସାରଥି ଭାବେ ଓଡ଼ିଶାକୁ ସେ ଉପସ୍ଥାପନ କରିଛନ୍ତି । ଭାରତର ବିକାଶ ଏକପାଖିଆ ହୋଇ ରହିପାରିବ ନାହିଁ ।

ଶିଳ୍ପ ସମ୍ପ୍ରସାରଣର ଆଗାମୀ ପର୍ଯ୍ୟାୟ ପୂର୍ବ ଉପକୂଳ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ ବୋଲି କହିଛନ୍ତି ମୋହନ ଚରଣ ମାଝୀ । ଦେଶର ଅଭିବୃଦ୍ଧି ରଣନୀତିରେ ଏହି ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ଟୁ-କୋଷ୍ଟ ଷ୍ଟ୍ରାଟେଜି ବା ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ ଦେଇଛନ୍ତି । ପଶ୍ଚିମ ଉପକୂଳର ଦକ୍ଷତା ଏବଂ ପୂର୍ବ ଉପକୂଳର ସୁଯୋଗକୁ ସମନ୍ୱିତ କରି ଶିଳ୍ପ ସମ୍ପ୍ରସାରଣ କରିବାକୁ ସେ ଶିଳ୍ପପତିମାନଙ୍କୁ ଅନୁରୋଧ କରିଛନ୍ତି । ଶିଳ୍ପପତିମାନଙ୍କୁ ଓଡ଼ିଶାର ନିବେଶ ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଥିଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି ।
ସେହିପରି ୨.୮୬ ଲକ୍ଷ କୋଟି ଟଙ୍କାର ୧୪୮ଟି ପ୍ରକଳ୍ପର କାର୍ୟ୍ୟ ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ‘ଶିଳ୍ପ ଅଭିବୃଦ୍ଧିର ଗେଟ୍-ୱେ ହେବ ଓଡ଼ିଶା’
ଅହମ୍ମଦାବାଦରେ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନ
ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ପ୍ରତିନିଧି ଦଳ ବୁଲି ଦେଖିଲେ ମୁନ୍ଦ୍ରା ଶିଳ୍ପାଞ୍ଚଳ ଓ ସ୍ୱତନ୍ତ୍ର ଆର୍ଥିକ ଜୋନ୍
ଶିଳ୍ପ ଜଗତର ନେତୃବୃନ୍ଦଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭାରତର ପରବର୍ତ୍ତୀ ଶିଳ୍ପ ବିପ୍ଳବର ମୁଖ୍ୟ ସାରଥି ଭାବେ ଓଡ଼ିଶାକୁ ଉପସ୍ଥାପନ କଲେ
ଦେଶର ଅଭିବୃଦ୍ଧିକୁ ବ୍ୟାପକ ଓ ସନ୍ତୁଳିତ କରିବା ପାଇଁ ଦ୍ୱି-ଉପକୂଳ ରଣନୀତିର ପ୍ରସ୍ତାବ
ମୁନ୍ଦ୍ରା ବନ୍ଦର ଭଳି ପୂର୍ବ ଉପକୂଳର ସମ୍ପ୍ରସାରଣ ପାଇଁ ଦେଲେ ଆହ୍ୱାନ
ଆସନ୍ତା ଦଶକର ଅଭିବୃଦ୍ଧିରେ ପୂର୍ବ ଉପକୂଳ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ
ପୂର୍ବ ଉପକୂଳର ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ
ଓଡ଼ିଶା ଦେଶର ପରବର୍ତ୍ତୀ ଶିଳ୍ପ ଅଭିବୃଦ୍ଧିର ଏକ ଗେଟ୍-ୱେ ହୋଇପାରିବ
ପଶ୍ଚିମ ଉପକୂଳ ସାମୁଦ୍ରିକ ବାଣିଜ୍ୟ ଏବଂ ଶିଳ୍ପ କାର୍ୟ୍ୟକଳାପର ପ୍ରମୁଖ କେନ୍ଦ୍ର ପାଲଟିଛି
ପୂର୍ବ ଉପକୂଳରେ ଓଡ଼ିଶା ସେହି ସଫଳତାର ପୁନରାବୃତ୍ତି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ
ଏସିଆ ଓ ଇଣ୍ଡୋ-ପାସିଫିକ ଅଞ୍ଚଳ ସହିତ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ଗୁରୁତ୍ୱ
ଶିଳ୍ପପତିମାନଙ୍କୁ ଓଡ଼ିଶାର ନିବେଶ ସ୍ଥିତି ସମ୍ପର୍କରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮.୩୭ ଲକ୍ଷ କୋଟି ଟଙ୍କାର ୪୩୩ଟି ନିବେଶ ପ୍ରସ୍ତାବ ଅନୁମୋଦିତ
ରାଜ୍ୟରେ ୨.୮୬ ଲକ୍ଷ କୋଟି ଟଙ୍କାର ୧୪୮ଟି ପ୍ରକଳ୍ପର କାର୍ୟ୍ୟ ଆରମ୍ଭ ହୋଇସାରିଛି






