AK ଦୀର୍ଘ ଦିନ ଧରି କଂଗ୍ରେସ ଡିଏମକେର ସହଯୋଗୀ ରହିଆସିଛି । ଏବେ କଂଗ୍ରେସକୁ ନିଜ ଆଡ଼କୁ ଆଣି ବିଜୟ ଡିଏମକେର ଶକ୍ତିକୁ କ୍ଷୟ କରିବା ସହ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି କରିଛନ୍ତି । କଂଗ୍ରେସ ସହ ରହିଲେ ବିଜୟଙ୍କୁ ଜଣେ ଉଦାରବାଦୀ ଏବଂ ଧର୍ମନିରପେକ୍ଷ ନେତା ଭାବେ ଜାତୀୟ ସ୍ତରରେ ସ୍ୱୀକୃତି ମିଳିବ ବୋଲି ବିଜୟ ଭାବୁଛନ୍ତି । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଅଭିନେତାରୁ ନେତା ବନିଥିବା ବିଜୟଙ୍କ ଦଳ ‘ତମିଲଗା ଭେଟ୍ରି କାଜଗାମ’ ବା TVK ୧୦୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ମାତ୍ର ସରକାର ଗଠନ ପାଇଁ ଆବଶ୍ୟକ ୧୧୭ ମ୍ୟାଜିକ୍ ନମ୍ବରଠାରୁ ଦଳ ମାତ୍ର କିଛି ପାଦ ଦୂରରେ ରହିଛି ।

ଏଭଳି ସ୍ଥିତିରେ ବିଜୟ ୫୩ ଆସନ ଜିତିଥିବା ଏନଡିଏକୁ ପ୍ରତ୍ୟାଖ୍ୟାନ କରି ମାତ୍ର ୫ଟି ଆସନ ଜିତିଥିବା କଂଗ୍ରେସର ସହଯୋଗ ଲୋଡ଼ିବା ସମସ୍ତଙ୍କୁ ଚକିତ କରିଛି । ଯାହାକୁ ନେଇ ଏବେ ତାମିଲନାଡୁରୁ ଦିଲ୍ଲୀ ସବୁଠି ଚର୍ଚ୍ଚା । ବିଜୟ ନିଜର ନିର୍ବାଚନୀ ସମ୍ବୋଧନରେ ସ୍ପଷ୍ଟ କରିଥିଲେ ଯେ, ଡିଏମକେ ଏବଂ ଏଆଇଡିଏମକେ ତାଙ୍କର ରାଜନୈତିକ ଶତ୍ରୁ ହୋଇଥିବା ବେଳେ ବିଜେପି ହେଉଛି ତାଙ୍କର ‘ଆଦର୍ଶଗତ ବିରୋଧୀ’ । ତାମିଲନାଡ଼ୁ ରାଜନୀତି ସବୁବେଳେ ଦ୍ରାବିଡ଼ ସଂସ୍କୃତି ଏବଂ ଆଞ୍ଚଳିକ ଅସ୍ମିତା ଉପରେ ପର୍ଯ୍ୟବସିତ । ଏଠାରେ ବିଜେପିର “ହିନ୍ଦୁତ୍ୱ” ରାଜନୀତିକୁ ସାଧାରଣ ଜନତା ସହଜରେ ଗ୍ରହଣ କରନ୍ତି ନାହିଁ । ଯଦି ବିଜୟ ଏନଡିଏ ସହ ମେଣ୍ଟ କରିଥାନ୍ତେ, ତେବେ ତାଙ୍କ ଉପରେ ‘ବିଜେପିର ବି-ଟିମ୍’ ହେବାର ଲେବଲ୍ ଲାଗିଯାଇଥାନ୍ତା, ଯାହା ତାଙ୍କର ଭବିଷ୍ୟତ ରାଜନୀତି ପାଇଁ ଘାତକ ହୋଇଥାନ୍ତା । ତେଣୁ ବିଜେପିକୁ ବାଦ୍ ଦେଇ ସେ ପ୍ରମାଣ କରିଛନ୍ତି ଯେ, ସେ କୌଣସି ସାମ୍ପ୍ରଦାୟିକ ଶକ୍ତି ସହ ସାଲିସ କରିବେ ନାହିଁ । ଦୀର୍ଘ ଦିନ ଧରି କଂଗ୍ରେସ ଡିଏମକେର ସହଯୋଗୀ ରହିଆସିଛି । ଏବେ କଂଗ୍ରେସକୁ ନିଜ ଆଡ଼କୁ ଆଣି ବିଜୟ ଡିଏମକେର ଶକ୍ତିକୁ କ୍ଷୟ କରିବା ସହ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି କରିଛନ୍ତି । କଂଗ୍ରେସ ସହ ରହିଲେ ବିଜୟଙ୍କୁ ଜଣେ ଉଦାରବାଦୀ ଏବଂ ଧର୍ମନିରପେକ୍ଷ ନେତା ଭାବେ ଜାତୀୟ ସ୍ତରରେ ସ୍ୱୀକୃତି ମିଳିବ ବୋଲି ବିଜୟ ଭାବୁଛନ୍ତି ।
କଂଗ୍ରେସର ଏହି ନିଷ୍ପତ୍ତିରେ ମର୍ମାହତ ଡିଏମକେ ଏହାକୁ “ପଛପଟୁ ଛୁରୀ ମାରିବା” ବୋଲି କହିଛି । ମାତ୍ର କଂଗ୍ରେସ ଏହାର କଡ଼ା ଜବାବ ଦେଇ ୨୦୧୪ର ପୁରୁଣା ଘଟଣାକୁ ମନେ ପକାଇ ଦେଇଛି । ସେତେବେଳେ ଡିଏମକେ ମଧ୍ୟ ନିଜ ସ୍ୱାର୍ଥ ପାଇଁ କଂଗ୍ରେସଠାରୁ ଦୂରେଇ ଯାଇଥିଲା । ରାଜନୀତିରେ କେହି ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନୁହନ୍ତି, ଏହି କଥାକୁ କଂଗ୍ରେସ ପୁଣି ଥରେ ପ୍ରମାଣ କରିଛି । ଏହି ସମୀକରଣ ବିଜେପି ପାଇଁ ସବୁଠାରୁ ବଡ଼ ପରାଜୟ । ରାଜ୍ୟରେ ଏଆଇଡିଏମକେ ସହ ମେଣ୍ଟ କରି ଏନଡିଏ ୫୩ ଆସନ ଜିତିଥିଲେ ମଧ୍ୟ ସେମାନେ କ୍ଷମତାରୁ ଦୂରରେ ରହିଲେ । ବିଜୟ ଜଣେ ଚତୁର ରାଜନେତା ଭାବେ ନିଜର ପ୍ରଥମ ଚାଲ୍ ଖେଳିଛନ୍ତି । ଅଳ୍ପ ସଂଖ୍ୟା ଥାଇ ମଧ୍ୟ କଂଗ୍ରେସକୁ ଗୁରୁତ୍ୱ ଦେବା ଏବଂ ବହୁ ସଂଖ୍ୟା ଥାଇ ବିଜେପିକୁ ଅଣଦେଖା କରିବା ଦର୍ଶାଉଛି ଯେ, ତାମିଲନାଡ଼ୁରେ ଏବେ ‘ବିଜୟ ପର୍ବ’ର ନୂଆ ଶୈଳୀ ଆରମ୍ଭ ହୋଇଛି, ଯେଉଁଠି ଆଦର୍ଶ ଆଗରେ ସଂଖ୍ୟା ଥଲାପତିଙ୍କ ପାଇଁ କିଛି ନୁହେଁ ।






