AK ସରକାରଙ୍କ ଗୁଡ଼ାଏ ଯୋଜନା, ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସବୁ ସ୍ୱପ୍ନ। ପକ୍କା ଘର ଖଣ୍ଡିଏ ପାଇଁ ନେହୁରା ହେଉଛନ୍ତି ଗରିବ, ହେଲେ ଶୁଣୁନାହିଁ ପ୍ରଶାସନ। କଟକ ଜିଲ୍ଲା ନିଆଳି ବ୍ଲକରୁ ଏମିତି ଏକ ଦୁଃଖଦ ଘଟଣା ଦେଖୁବାକୁ ମିଳିଛି । ସରକାରଙ୍କ ଗୁଡ଼ାଏ ଯୋଜନା, ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସବୁ ସ୍ୱପ୍ନ । ପକ୍କା ଘର ଖଣ୍ଡିଏ ପାଇଁ ନେହୁରା ହେଉଛନ୍ତି ଗରିବ, ହେଲେ ଶୁଣୁନାହିଁ ପ୍ରଶାସନ। କଟକ ଜିଲ୍ଲା ନିଆଳି ବ୍ଲକରୁ ଏମିତି ଏକ ଦୁଃଖଦ ଘଟଣା ଦେଖୁବାକୁ ମିଳିଛି । ଯେଉଁଠି ଭଙ୍ଗା କାନ୍ଥ ଆଉ ଛିଣ୍ଡା ଜରି ତଳେ ବିତୁଛି ୪ ପ୍ରାଣୀଙ୍କ ଜୀବନ ।

ଭଙ୍ଗାକାନ୍ଥକୁ ଡେରା ହୋଇଛି ବାଉଁଶ। ଉପରେ ଛିଣ୍ଡା ଜରିପାଲ । ମାଟି କାନ୍ଥ ବି ଅନେକ ସ୍ଥାନରେ ଫାଟିଯାଇଛି । ପ୍ରଚଣ୍ଡ ଖରାରେ ଏହାରି ଭିତରେ କଷ୍ଟେମଷ୍ଟେ ଜୀବନ ଚଳିଯାଏ ହେଲେ ମେଘ ପବନ ଆସିଲେ କଥା ସରିଲା । ପ୍ରତିଟି ମୁହୂର୍ତ୍ତ ଭୟରେ ବିତେ । ବର୍ଷା ପାଣି ଗଳୁଥିବାରୁ ତାଟିଆ କସାଂ ଥୋଇ ଗୋଟିଏ କୋଣରେ ବସନ୍ତି। ଆଉ ରାତିରେ କାନ୍ଥ ଭାଙ୍ଗି ପଡ଼ିବା ଭୟରେ ଅନ୍ୟଘରେ ଆଶ୍ରୟ ନିଅନ୍ତି। ଏହାରି ଭିତରେ ଦୟନୀୟ ଅବସ୍ଥାରେ ୪ ପ୍ରାଣୀ କୁଟୁମ୍ବଙ୍କୁ ଧରି ଜୀବନ କାଟୁଛନ୍ତି ନିଆଳି ବ୍ଲକ ଅଲଣା ପଞ୍ଚାୟତ ବାଆଁସାହିର ମହାଦେବ ବେହେରା । ମହାଦେବ ଦିନ ମଜୁରିଆ ଭାବେ କାମ କରି ଯେଉଁ ଦୁଇ ପଇସା ଆଣନ୍ତି, ସେଥିରେ କଷ୍ଟମଷ୍ଟେ ପରିବାର ଚଳେ, ଦୁଇ ପିଲା ବି ପାଠ ପଢୁଛନ୍ତି । ଭଙ୍ଗାଘରକୁ ସଳଖିବାକୁ ଆଉ ସାମର୍ଥ୍ୟ ନଥିବା କହିଛନ୍ତି ମହାଦେବ । ପକ୍କାଘରଟିଏ ପାଇଁ ବ୍ଲକକୁ ଧାଇଁ ଧାଇଁ ଚପଲ ଘୋରି ହୋଇଗଲାଣି କିନ୍ତୁ ବାବୁ ମାନେ ଶୁଣୁନାହାନ୍ତି । ଆଉ ଭୋଟ ଆସିଲେ ନେତାମାନେ ଆସନ୍ତି, ପକ୍କା ଘରର ସ୍ବପ୍ନ ଦେଖାଇ ଚାଲିଯାଅନ୍ତି । ଗରିବ ମଣିଷ ନିଜ ଭାଗ୍ୟକୁ ଦୋଷ ଦେଇ ଭଙ୍ଗା ଘରେ ପଡ଼ିରହେ ।






