AK ରଥଯାତ୍ରା ପାଇଁ ଡେଡ୍ ଲାଇନ୍ ଭିତରେ କେତେ କାମ ହୋଇଛି, କେତେ କାମ ପାଇଁ ଆଗକୁ ସମୟ ଅବଧି ରହିଛି, ସେନେଇ ବୈଠକରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ସେହିପରି ରଥଟଣାକୁ ସୁଗମ କରିବା ପାଇଁ ବଡ଼ଦାଣ୍ଡରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ମେ’ ମାସ ସୁଦ୍ଧା ଏହା ଶେଷ ହେବ । ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ୨୧ଟି ପାର୍କିଂସ୍ଥଳ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜରୁରିକାଳୀନ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରେ ୮ ଟି ୧୦ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସାଳୟ ବ୍ୟବସ୍ଥା କରାଯାଉଛି । ରଥଯାତ୍ରା ପାଇଁ ଚତୁର୍ଥ ପର୍ଯ୍ୟାୟ ଡ୍ରାଫ୍ଟ ଆକ୍ସନ ପ୍ଲାନ୍। ବଡ଼ଦାଣ୍ଡରେ ଲାଗିବ ୫୦ଟି ହାଇମାଷ୍ଟ ଲାଇଟ୍। ସମୁଦ୍ରକୂଳରେ ହେବ ୧୮ଟି ଏକକ ସୁବିଧା ବିଶିଷ୍ଟ ୬ଟି ବାୟୋ ଶୌଚାଳୟ । ୧୬୦୦ ଅସ୍ଥାୟୀ ଶୌଚାଳୟ ମଧ୍ୟ ନିର୍ମାଣ ହେବ। ବର୍ଷା ଜଳ ନିଷ୍କାସନ ପାଇଁ ହୋଇଛି ୨୩ଟି ସ୍ଥାନ ଚିହ୍ନଟ।

୮ଟି ସ୍ଥାନରେ ହେବ ୧୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ। ପାର୍କିଂ ପାଇଁ ଆଉ ହନ୍ତସନ୍ତ ହେବେନି ଲୋକେ । ରଥଯାତ୍ରା ପାଇଁ ଡେଡ୍ ଲାଇନ୍ ଭିତରେ କେତେ କାମ ହୋଇଛି, କେତେ କାମ ପାଇଁ ଆଗକୁ ସମୟ ଅବଧି ରହିଛି, ସେନେଇ ବୈଠକରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ସେହିପରି ରଥଟଣାକୁ ସୁଗମ କରିବା ପାଇଁ ବଡ଼ଦାଣ୍ଡରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ମେ’ ମାସ ସୁଦ୍ଧା ଏହା ଶେଷ ହେବ । ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ୨୧ଟି ପାର୍କିଂସ୍ଥଳ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜରୁରିକାଳୀନ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରେ ୮ ଟି ୧୦ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସାଳୟ ବ୍ୟବସ୍ଥା କରାଯାଉଛି । ସେପଟେ ଆସନ୍ତା ରଥଯାତ୍ରାରେ ରଥ କର୍ଡନ ପାସ୍ଧାରୀଙ୍କ ସଂଖ୍ୟା କମିବ। ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ ମଧ୍ୟରୁ ପ୍ରାୟ ୫୭୬ଖଣ୍ଡ କାଠ ସଂଗ୍ରହ ସରିଛି । ଓବିସିସି ପକ୍ଷରୁ ନିର୍ମାଣାଧୀନ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଆଚାର୍ଯ୍ୟ ହରିହର ଛକର ପୁନର୍ବିକାଶ, ଦିଗବାରେଣୀ ଠାରେ ବହୁତଳ ପାର୍କିଂ ବ୍ୟବସ୍ଥା, ଯାତ୍ରିକା ପାର୍କିଂ-୧ର ନିର୍ମାଣ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରର ପୁନରୁଦ୍ଧାର ଓ ନବୀକରଣ କାର୍ୟ୍ୟ ରଥଯାତ୍ରା ପୂର୍ବରୁ ସାରିବା ନେଇ କାର୍ୟ୍ୟ ତ୍ବରାନ୍ବିତ ହୋଇଛି । ମାଟିଆପଡ଼ା ଠାରେ ପୁରୀ-କୋଣାର୍କ ରୋଡ୍ ଓଭରବ୍ରିଜ୍ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮ଟି ଅଧିକ ରେଳ ଟିକେଟ୍ କାଉଣ୍ଟର କରାଯିବ ।
ଚତୁର୍ଥ ପର୍ୟ୍ୟାୟ ବୈଠକର ଆକ୍ସନ ପ୍ଲାନ୍ ଅନୁଯାୟୀ ରଥଯାତ୍ରାର ଦୁଇ ମାସ ଆଗରୁ ସରିବ କାର୍ୟ୍ୟ ।






