ଏ.କେ ବ୍ୟୁରୋ : ଜଗତସିଂହପୁର ପୌର ପରିଷଦ ଅନ୍ତର୍ଗତ 10 ନମ୍ବର ୱାର୍ଡ 10 C କେନାଲ କାର୍ଯ୍ୟ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିମୟ ରେ ଜଗତସିଂହପୁର ଜଳ ସେଚନ ବିଭାଗ ପକ୍ଷରୁ କରାଯାଇଥିଲା |ତାହା ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ଙ୍କ ପରାମର୍ଶ ରେ ନାଳ କୁ ସମ୍ପୂର୍ଣ ଅଣଓସାରିଆ କରାଯାଇ କାଡା ନାଳୀରେ ପରିଣତ କରାଯାଇଥିଲା |

ଅସରାଏ ବର୍ଷାରେ ବସ୍ତି ରେ ନିର୍ଗତ ପାଇଁ ନିଷ୍କାସନ ହୋଇପାରିନଥିଲା | ଯେଉଁଠି ପାଇଁ ବସ୍ତିରେ ପାଣି ଜମି ରହୁଥିଲା | ଏ ସମ୍ପର୍କ ରେ ଜଗତସିଂହପୁର ସ୍ଥାନୀୟ ଲୋକ ମାନଙ୍କ ଅଭିଯୋଗ କୁ ଭିତ୍ତି କରି ବିଧାୟକ ଅମରେନ୍ଦ୍ର ଦାସ କ୍ଷେତ୍ର ପରିଦର୍ଶନ କରିଥିଲେ | ଲୋକ ଙ୍କ ସରକାର ରେ ଅଧିକାରୀ ମାନଙ୍କ ମନମାନି କୁ ଦେଖି ବିରକ୍ତି ପ୍ରକାଶ କରିଥିଲେ | ତତକ୍ଷଣାତ ନାଳ କୁ କେନାଲ ରେ ପରିଣତ କରିଥିବା ବିଭାଗୀୟ ଅଧିକାରୀ ଏବଂ ଠିକାଦାରୀ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜ଼ିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ ଆପଣଙ୍କ ଖବର






