AK ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ୩ଟି ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ଚୋରି ଅଭିଯୋଗ । ଏହି ଘଟଣାରେ ସିବିଆଇର ଦ୍ବାରସ୍ଥ ହୋଇଛି ଶ୍ରୀଜଗନ୍ନାଥ ସେନା । ସିବିଆଇରେ ଏତଲା ଦେବା ସହିତ ଚୋରକୁ ଗିରଫ କରିବା ପାଇଁ ଦାବି କରିଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ୩ଟି ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ଚୋରି ଅଭିଯୋଗ। ଏହି ଘଟଣାରେ ସିବିଆଇର ଦ୍ବାରସ୍ଥ ହୋଇଛି ଶ୍ରୀଜଗନ୍ନାଥ ସେନା । ସିବିଆଇରେ ଏତଲା ଦେବା ସହିତ ଚୋରକୁ ଗିରଫ କରିବା ପାଇଁ ଦାବି କରିଛି । ଜଷ୍ଟିସ ବିଶ୍ୱନାଥ ରଥ ରତ୍ନ ଭଣ୍ଡାର ସମ୍ପର୍କରେ ଗଣମାଧ୍ୟମରେ ଦେଇଥିବା ତଥ୍ୟକୁ ଆଧାର କରି ଏହାର ବିଧିବଦ୍ଧ ତଦନ୍ତ ପାଇଁ ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟରେ ଏତଲା ଦେଇଛି ଜଗନ୍ନାଥ ସେନା । ଏହି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ହସ୍ତକ୍ଷେପ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ଜଗନ୍ନାଥ ସେନା ଆବାହକ ।






