ଏ.କେ ବ୍ୟୁରୋ : ଦେଶ ପାଇଁ ମାଡି ଆସୁଛି କି ମହାବିପଦ? ଭାରତ ଉପରେ ଇରାନ ଯୁଦ୍ଧର ଚିନ୍ତାଜନକ ପ୍ରଭାବ ପଡ଼ିବ କି? ଆଗକୁ ଦେଖାଦେବ କି ବଡ଼ ଶକ୍ତି ସଙ୍କଟ। ସୁନା ନ କିଣିବା ଓ ପେଟ୍ରୋଲ ଡିଜେଲ କମ୍ ବ୍ୟବହାର ଲାଗି ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ନେଇ ଜୋରଦାର ଚର୍ଚ୍ଚା।

ବିଶେଷଜ୍ଞଙ୍କ କହିବା କଥା, ଦେଶରେ ଦୁର୍ବଳ ହେଉଥିବା ଟଙ୍କାର ସ୍ଥିତିକୁ ଦେଖି ମୋଦି ଏହି ଅନୁରୋଧ କରିଛନ୍ତି। ଏଥିସହ ସୁନା ଓ ତେଲ ଆମଦାନୀରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବାରୁ ଏହାକୁ ରୋକିବା ମୁଖ୍ୟ ଉଦ୍ଦେଶ୍ୟ। ତେଣେ ମୋଦିଙ୍କ ଅପିଲର ପ୍ରଭାବ ଗୋଲ୍ଡ ମାର୍କେଟ ଉପରେ ଅଧିକ ପଡ଼ିବ ବୋଲି ଆକଳନ କରିଛନ୍ତି ଏକ୍ସପର୍ଟ।






