AK ଇଏ ତାଲିବାନୀ ଶାସନରେ ନୁହେଁ ବରଂ ସମ୍ବଲପୁର ଜିଲ୍ଲା ପ୍ରଶାସନ ଅଧୀନରେ ଚାଲିଛି ଶ୍ରମିକଙ୍କ ଶୋଷଣ । ହେଲେ ବାବୁ ମାନେ ପୂରା ବେଫିକର୍। ପ୍ରାୟ ସମସ୍ତେ ବୟସର ଅପରାହ୍ଣରେ । ଗରିବୀର ତାଡ଼ନା ଅସହ୍ୟ ହେବାରୁ ଶେଷରେ ବିକଳ୍ପ ଖୋଜି ବାଛିଛନ୍ତି, ଶୋଷ ନାଁରେ ଶୋଷଣର ଶିକାର ହେବାକୁ ମାତ୍ର ୧୬୬ ଟଙ୍କା ମଜୁରି ପାଇଁ ଖରାରେ ୧୦ ଘଣ୍ଟା ସିଝୁଛନ୍ତି ଶ୍ରମିକ । ଆଉ ଶ୍ରମିକଙ୍କୁ କମ୍ ପାଉଣା ଦେଇ ମାଲାମାଲ୍ ହେଉଛନ୍ତି ଠିକାଦାର। ସମ୍ବଲପୁରରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ଜଳଛତ୍ର ନାଁରେ ଦୁର୍ନୀତି ନେଇ ଆମେ ଲଗାତାର ଖବର ପ୍ରସାରଣ ପରେ ଜିଲ୍ଲା ଶ୍ରମ ଅଧିକାରୀ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଇଏ ତାଲିବାନୀ ଶାସନରେ ନୁହେଁ ବରଂ ସମ୍ବଲପୁର ଜିଲ୍ଲା ପ୍ରଶାସନ ଅଧୀନରେ ଚାଲିଛି ଶ୍ରମିକଙ୍କ ଶୋଷଣ । ହେଲେ ବାବୁ ମାନେ ପୂରା ବେଫିକର୍। ପ୍ରାୟ ସମସ୍ତେ ବୟସର ଅପରାହ୍ଣରେ । ଗରିବୀର ତାଡ଼ନା ଅସହ୍ୟ ହେବାରୁ ଶେଷରେ ବିକଳ୍ପ ଖୋଜି ବାଛିଛନ୍ତି, ଶୋଷ ନାଁରେ ଶୋଷଣର ଶିକାର ହେବାକୁ । ଆଉ ଏପଟେ ଯେମିତି ମାନବିକାତ ଭୁଲି ଯାଇଛନ୍ତି ଠିକାଦର। ବୋଧେ ଟଙ୍କା ମୋହରେ ସରକାରୀ ବାବୁଙ୍କର ବି ମୁହଁ ବନ୍ଦ ହୋଇଯାଇଛି। ଗରିବ ଓ ଧନୀ ମଧ୍ୟରେ ଥିବା ତାରତମ୍ୟର ଉଦାହରଣ ପାଲଟିଛି ସମ୍ବଲପୁରର ଜଳଛତ୍ର ଯୋଜନା । ଠିକାଦାର ଓ ବାବୁ ଘରେ ଶୋଇ ଲକ୍ଷଲକ୍ଷ ଟଙ୍କା ଆୟ କରୁଛନ୍ତି । ଆଉ ଗରିବ ଖରାରେ ଖଟି ଖଟି ଦିନକୁ ମାତ୍ର ୧୬୬ ଟଙ୍କା ପାଉଛି। ଆଶ୍ଚର୍ୟ୍ୟର କଥା ଏନେଇ ଖବର ପ୍ରସାରଣ କଲେ ପୁଣି ଠିକାଦାର ଏହି ଗରିବ ନୀରିହ ଶ୍ରମିକଙ୍କୁ ଧମକ ଦେଉଛି । ସମ୍ବଲପୁର ମହାନଗର ନିଗମ ଏମାନଙ୍କ ଦୈନିକ ମଜୁରି ବାବଦକୁ ୪୬୨ ଟଙ୍କା ଦେଉଛି । କିନ୍ତୁ ଶ୍ରମିକଙ୍କୁ ମାତ୍ର ୧୬୬ ଟଙ୍କା ଦେଇ ବାକି ଟଙ୍କା ହଡ଼ପ କରୁଛନ୍ତି ଠିକାଦାର। ଶ୍ରମିକଙ୍କ ମଜୁରି ବାବଦକୁ ୩ ମାସରେ ପ୍ରାୟ ୧୪ ଲକ୍ଷ ଟଙ୍କାର ଲାଭ ପାଇବେ ଠିକାଦାର । ଏନେଇ କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ବିଭିନ୍ନ ଜଳଛତ୍ର ଷ୍ଟଲ ବୁଲି ତଦନ୍ତ ଆରମ୍ଭ କରିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ। ୫ ଜଣିଆ ଟିମ୍ ଏନେଇ ତଥ୍ୟ ସଂଗ୍ରହ କଲାପରେ ରିପୋର୍ଟ ଦେବ । ଆଉ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।






