AK ନିକଟରେ ବିଜୟଙ୍କ ରାଜନୈତିକ ସଫଳତା ସମୟରେ ତ୍ରିଷାଙ୍କୁ ତାଙ୍କ ଘରେ ଦେଖିବାକୁ ମିଳିଥିଲା । ଏପରିକି ତ୍ରିଷାଙ୍କ ଜନ୍ମଦିନରେ ହିଁ ବିଜୟଙ୍କ ଦଳ ନିର୍ବାଚନରେ ବଡ଼ ସଫଳତା ପାଇଥିଲା । ଉଭୟଙ୍କୁ ଏକାଠି ଅନେକ ସ୍ଥାନରେ ଦେଖାଯିବା ପରେ ପ୍ରଶଂସକ ଏବଂ ମିଡିଆ ମହଲରେ ଚର୍ଚ୍ଚା ହେଉଛି କି, ଏହି ‘ସିକ୍ରେଟ ଆଫେୟାର’ ହିଁ ବିଜୟଙ୍କ ପାରିବାରିକ ଅଶାନ୍ତିର ମୁଖ୍ୟ କାରଣ । ସିନେ ପରଦାରେ ଯାହାଙ୍କ ଗୋଟିଏ ଝଲକ ପାଇଁ ହଜାର ହଜାର ପ୍ରଶଂସକ ପାଗଳ ହୁଅନ୍ତି, ଯାହାଙ୍କ ରାଜନୈତିକ ଇନିଂସ ତାମିଲନାଡୁରେ ଚହଳ ପକାଇଛି, ସେହି ସୁପରଷ୍ଟାର ‘ଥାଲାପଥି’ ବିଜୟ ଏବେ ନିଜ ପାରିବାରିକ ଝଡ଼ ପାଇଁ ଚର୍ଚ୍ଚାରେ ।

ରୁପେଲି ପରଦାର ଏହି ହିରୋଙ୍କ ବାସ୍ତବ ଜୀବନରେ ଏବେ ଏମିତି ଏକ ‘କ୍ଲାଇମାକ୍ସ’ ଆସିଛି, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ବିଜୟଙ୍କ ପୁଅ ଜେସନ ସଞ୍ଜୟ ନିଜ ବାପାଙ୍କୁ ଇନଷ୍ଟାଗ୍ରାମରେ ‘ଅନଫଲୋ’ କରିଥିବା ଖବର ନିଆଁ ଭଳି ବ୍ୟାପିବାରେ ଲାଗିଛି । କିନ୍ତୁ ଏହା ପଛର କାରଣ କ’ଣ? ସତରେ କ’ଣ ବିଜୟ ଏବଂ ସଙ୍ଗୀତାଙ୍କ ୨୭ ବର୍ଷର ସଂସାର ଭାଙ୍ଗିବାକୁ ଯାଉଛି? ଆସନ୍ତୁ ଜାଣିବା ଏହି ପୂରା ଡ୍ରାମାର ଭିତିରି କଥା । ସୋସିଆଲ ମିଡିଆରେ କିଛି ସ୍କ୍ରିନସଟ୍ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ ବିଜୟଙ୍କ ପୁଅ ଜେସନ ସଞ୍ଜୟ ନିଜ ବାପାଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁନାହାନ୍ତି । ଏହି ଖବର ସେତିକିବେଳେ ଆସିଛି ଯେତେବେଳେ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣଲିଙ୍ଗମଙ୍କ ଏକ ବିବାହ ବିଚ୍ଛେଦ ଆବେଦନ କୋର୍ଟରେ ପହଞ୍ଚିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ହେଉଛି କି, ପରିବାର ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁଁ ଜେସନ ନିଜ ମା’ଙ୍କ ସପକ୍ଷରେ ବାହାରି ବାପାଙ୍କ ଠାରୁ ଦୂରେଇ ଯାଇଛନ୍ତି । ରିପୋର୍ଟ ମୁତାବକ, ସଙ୍ଗୀତା ଚେଙ୍ଗଲପଟ୍ଟୁ ଜିଲ୍ଲା ଅଦାଲତରେ ବିବାହ ବିଚ୍ଛେଦ ପାଇଁ ପିଟିସନ ଦାଖଲ କରିଛନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି ଯେ ୨୦୨୧ ମସିହାରୁ ବିଜୟଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି । ସେ ମାନସିକ ନିର୍ଯାତନା ଏବଂ ଅବହେଳାର ଶିକାର ହୋଇଥିବା କହିଛନ୍ତି । ସବୁଠୁ ବଡ଼ କଥା ହେଉଛି, ଏହି ପିଟିସନରେ ଜଣେ ‘ପ୍ରତିଷ୍ଠିତ ଅଭିନେତ୍ରୀ’ଙ୍କ ସହ ବିଜୟଙ୍କ ସମ୍ପର୍କ ଥିବା ନେଇ ସଙ୍ଗୀତା ସନ୍ଦେହ ପ୍ରକଟ କରିଛନ୍ତି, ଯାହା ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଛି ।
ଏହି ପୂରା ବିବାଦରେ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନଙ୍କ ନାଁ ସବୁଠୁ ଆଗରେ ରହିଛି । ନିକଟରେ ବିଜୟଙ୍କ ରାଜନୈତିକ ସଫଳତା ସମୟରେ ତ୍ରିଷାଙ୍କୁ ତାଙ୍କ ଘରେ ଦେଖିବାକୁ ମିଳିଥିଲା । ଏପରିକି ତ୍ରିଷାଙ୍କ ଜନ୍ମଦିନରେ ହିଁ ବିଜୟଙ୍କ ଦଳ ନିର୍ବାଚନରେ ବଡ଼ ସଫଳତା ପାଇଥିଲା । ଉଭୟଙ୍କୁ ଏକାଠି ଅନେକ ସ୍ଥାନରେ ଦେଖାଯିବା ପରେ ପ୍ରଶଂସକ ଏବଂ ମିଡିଆ ମହଲରେ ଚର୍ଚ୍ଚା ହେଉଛି କି, ଏହି ‘ସିକ୍ରେଟ ଆଫେୟାର’ ହିଁ ବିଜୟଙ୍କ ପାରିବାରିକ ଅଶାନ୍ତିର ମୁଖ୍ୟ କାରଣ । ତେବେ ଏପର୍ଯ୍ୟନ୍ତ ବିଜୟ କିମ୍ବା ତାଙ୍କ ପରିବାର ପକ୍ଷରୁ ଏହି ବିବାହ ବିଚ୍ଛେଦ କିମ୍ବା ପୁଅର ଅନଫଲୋ ଖବର ଉପରେ କୌଣସି ଅଧିକାରିକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ନିକଟରେ ଏକ ରାଲିରେ ବିଜୟ କହିଥିଲେ ଯେ ନିର୍ବାଚନ ପୂର୍ବରୁ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ କଥାରେ ଅଛି, ‘ନିଆଁ ନଲାଗିଲେ ଧୂଆଁ ବାହାରେ ନାହିଁ’। ଥାଲାପଥିଙ୍କ ଜୀବନର ଏହି ‘ସସପେନ୍ସ ଥ୍ରୀଲର’ ଏବେ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା ।






