AK ଗୋଟିଏ ପଟେ ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ପାଇଁ କଂଗ୍ରେସ ଲଢୁଥିବାର ନାରା ଦେଉଛନ୍ତି ରାହୁଲ ଗାନ୍ଧୀ । ଅନ୍ୟପଟେ ଓଡ଼ିଶାର ସିଜିମାଳିରେ ଆଦିବାସୀ ନିଜର ହକ୍ ପାଇଁ ଲଢି ପୁଲିସର ଲାଠି ଖାଉଛନ୍ତି, ମିଛ କେସ୍ରେ ଜେଲ୍ ଯାଉଛନ୍ତି । ହେଲେ ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଦାସ କେବଳ ନିନ୍ଦା କରିବା ଭିତରେ ସୀମିତ ଅଛନ୍ତି । ଆଦିବାସୀଙ୍କ ଉପରେ ପୁଲିସର ଅତ୍ୟାଚାର ଏବେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ହେଲେ ଓଡ଼ିଶାର ବିରୋଧୀ ଦଳ ଉପରେ ଯେପରି ଏହାର କାଣିଚାଏ ପ୍ରଭାବ ପଡିନି । ଖାସକରି ଆଦିବାସୀଙ୍କ ହକ୍ ପାଇଁ ଲଢୁଥିବା କଂଗ୍ରେସର ରାଜ୍ୟ ୟୁନିଟ୍ର ନୀରବ ଅବତାରକୁ ନେଇ ଚିହିଁକିଛନ୍ତି ଦଳର ହାଇକମାଣ୍ଡ । ପିସିସି ସଭାପତି ଭକ୍ତ ଦାସ ଆଦିବାସୀଙ୍କ ହକ୍ର ଲଢେଇରୁ ନିଜକୁ ଦୂରେଇ ରଖି କଂଗ୍ରେସକୁ ଅକଳରେ ପକାଇଛନ୍ତି ।

ଗୋଟିଏ ପଟେ ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ପାଇଁ କଂଗ୍ରେସ ଲଢୁଥିବାର ନାରା ଦେଉଛନ୍ତି ରାହୁଲ ଗାନ୍ଧୀ । ଅନ୍ୟପଟେ ଓଡ଼ିଶାର ସିଜିମାଳିରେ ଆଦିବାସୀ ନିଜର ହକ୍ ପାଇଁ ଲଢି ପୁଲିସର ଲାଠି ଖାଉଛନ୍ତି, ମିଛ କେସ୍ରେ ଜେଲ୍ ଯାଉଛନ୍ତି । ହେଲେ ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଦାସ କେବଳ ନିନ୍ଦା କରିବା ଭିତରେ ସୀମିତ ଅଛନ୍ତି । ବିରୋଧ କରିବାର ଜୁ ଯେମିତି ନାହିଁ । ଭକ୍ତଙ୍କ ଏଭଳି ଆଭିମୁଖ୍ୟକୁ ନେଇ ରାଜ୍ୟ କଂଗ୍ରେସରେ ସୃଷ୍ଟି ହୋଇଥିବା ପୁଞ୍ଜିଭୂତ ଅସନ୍ତୋଷ ଏବେ ଦିଲ୍ଲୀରେ ପହଞ୍ଚିଛି । କୋରାପୁଟ ସାଂସଦଙ୍କ ଠାରୁ ପୁରା ଘଟଣାକ୍ରମ ଜାଣିବା ପରେ ସିଜିମାଳି ଯାଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ରାହୁଲ । ସାଂସଦ ସପ୍ତଗିରି ଉଲ୍ଲାକା ସିଜିମାଳିରେ ପହଞ୍ଚି ଆଦିବାସୀଙ୍କ ହକ୍ର ଲଢେଇରେ ସାମିଲ ହୋଇଛନ୍ତି । ଏହାବାଦ୍ ଭକ୍ତଙ୍କୁ ବିଶ୍ବାସକୁ ନନେଇ ପ୍ରଭାରୀଙ୍କ ନେତୃତ୍ବରେ ଦିଲ୍ଲୀରୁ ଏକ ଟିମ୍ ପଠାଇ ଜିଲ୍ଲାସ୍ତରରେ ବିରୋଧକୁ ଜୋରଦାର କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ସିଜିମାଳି ଆଦିବାସୀଙ୍କ ପ୍ରସଙ୍ଗରୁ ଦୂରେଇ ରହୁଥିବା ଭକ୍ତ, ଢିଙ୍କିଆରୁ ବିସ୍ଥାପିତଙ୍କ ପାଇଁ ଆଜିଠୁ କରିଥାନ୍ତେ ପଦଯାତ୍ରା । ହେଲେ ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ଅନୁମତି ନ ଦେବାରୁ ଭକ୍ତଙ୍କ ମାଇଲେଜ ରାଜନୀତି ଫସର ଫାଟିଛି । ହେଲେ ପ୍ରଶ୍ନ ଉଠୁଛି, ସିଜିମାଳି ଯିବାକୁ ସମୟ ପାଉନଥିବା ଭକ୍ତ ଢିଙ୍କିଆ ପଦଯାତ୍ରା ପାଇଁ ଏତେ ଉତ୍ସାହିତ କାହିଁକି ? ସିଜିମାଳି ପ୍ରସଙ୍ଗରେ ଦିଲ୍ଲୀ ବସ୍ଙ୍କୁ ଅବଗତ କରିନଥିଲେ କି ଭକ୍ତ ? ଆଦିବାସୀଙ୍କ ସାଥୀରେ କଂଗ୍ରେସ ଥିବା ବେଳେ ଭକ୍ତ ସିଜିମାଳି ଆଦିବାସୀଙ୍କଠାରୁ ଦୂରେଇ ରହୁଛନ୍ତି କାହିଁକି ? ଯାହାର ଜବାବରେ ଭକ୍ତ କହିଛନ୍ତି, ଲୋକ ଡାକିଲେ ମୁଁ ଯିବି ? ଭକ୍ତଙ୍କ ଆଭିମୁଖ୍ୟ କଂଗ୍ରେସର ଆଦିବାସୀ ଭୋଟବ୍ୟାଙ୍କକୁ ପ୍ରଭାବିତ କରିବନି ତ ?






