A.K କେନ୍ଦ୍ରାପଡ଼ା ମହାକାଳପଡ଼ା ତନ୍ତିଆପାଳ ପୁଲିସକୁ ବଡ଼ ସଫଳତା । ହାଇୱା ଚାଳକଙ୍କୁ ଆକ୍ରମଣ ଓ ଲୁଟ୍ ଘଟଣାରେ ୩ ଗିରଫ । ଗତ ୬ ତାରିଖ ବିଳମ୍ବିତ ରାତିରେ ଗୋଗୁଆ ସୁର ଛକ ଠାରେ ଦୁର୍ବୃତ୍ତମାନେ ଦୁଇଜଣ ହାଇୱା ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ୪୦ ହଜାର ଟଙ୍କା ଓ ୩ଟି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ ।

କେନ୍ଦ୍ରାପଡ଼ା ମହାକାଳପଡ଼ା ତନ୍ତିଆପାଳ ପୁଲିସକୁ ବଡ଼ ସଫଳତା । ହାଇୱା ଚାଳକଙ୍କୁ ଆକ୍ରମଣ ଓ ଲୁଟ୍ ଘଟଣାରେ ୩ ଗିରଫ । ଗତ ୬ ତାରିଖ ବିଳମ୍ବିତ ରାତିରେ ଗୋଗୁଆ ସୁର ଛକ ଠାରେ ଦୁର୍ବୃତ୍ତମାନେ ଦୁଇଜଣ ହାଇୱା ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ୪୦ ହଜାର ଟଙ୍କା ଓ ୩ଟି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ । ଏହି ମାମଲାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନଙ୍କ ନିକଟରୁ ଆକ୍ରମଣ ପାଇଁ ବ୍ୟବହୃତ ମାରଣାସ୍ତ୍ର, ୨୦ ହଜାର ଟଙ୍କା ଏବଂ ଅପରାଧରେ ବ୍ୟବହୃତ ଦୁଇଟି ମଟର ସାଇକେଲକୁ ଜବତ କରାଯାଇଛି ।
ଅନ୍ୟପଟେ କୋରାପୁଟ ଜୟପୁରରେ ୟୁରିଆ କଳାବଜାରୀ ଉପରେ କୃଷି ବିଭାଗର ବଡ଼ ଆକ୍ସନ । ୭ ଲାଇସେନ୍ସ ବାତିଲ, ୩୦ ବ୍ୟବସାୟୀଙ୍କୁ ନୋଟିସ୍ । ସାର ସଙ୍କଟର ବାହାନା ଦେଖାଇ ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ପ୍ରଶାସନ କଠୋର ହୋଇଛି । ୟୁରିଆ ସାରର କଳାବଜାରୀ କରୁଥିବା ଅଭିଯୋଗରେ କୃଷି ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ବିଭିନ୍ନ ଗୋଦାମ ଉପରେ ଅତର୍କିତ ଚଢ଼ାଉ କରିଛି । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ୭ଟି ଲାଇସେନ୍ସ ଜବତ କରାଯାଇଥିବା ବେଳେ ୩୦ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।






