AK ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଟିଏମସି ଏଜେଣ୍ଟ ଏବଂ କର୍ମୀଙ୍କୁ ଏକ ଜରୁରୀ ବାର୍ତ୍ତା ଜାରି କରିଛନ୍ତି । ତୃଣମୂଳ କର୍ମୀମାନଙ୍କୁ ଗଣନା କେନ୍ଦ୍ରରେ ରହିବାକୁ ଆହ୍ୱାନ କରି ଟିଏମସି ସୁପ୍ରିମୋ ଅଭିଯୋଗ କରିଛନ୍ତି ଯେ ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଟିଏମସି ଏଜେଣ୍ଟ ଏବଂ କର୍ମୀଙ୍କୁ ଏକ ଜରୁରୀ ବାର୍ତ୍ତା ଜାରି କରିଛନ୍ତି । ତୃଣମୂଳ କର୍ମୀମାନଙ୍କୁ ଗଣନା କେନ୍ଦ୍ରରେ ରହିବାକୁ ଆହ୍ୱାନ କରି ଟିଏମସି ସୁପ୍ରିମୋ ଅଭିଯୋଗ କରିଛନ୍ତି ଯେ ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ କରାଯାଇଛି । ମମତା ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ମୁଁ ଗତକାଲି କହିଥିବା ପରି ପ୍ରଥମ ୨-୩ ରାଉଣ୍ଡ ପରେ ସେମାନେ ବିଜେପି ଜିତିଥିବା ଦର୍ଶାଇବେ ।

ଏବେ ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ ରହିଛି ବୋଲି କହିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ମମତା କହିଛନ୍ତି, ନିର୍ବାଚନ ସଂସ୍ଥାର କର୍ମୀମାନେ ଭୋଟ ଗଣନା ବନ୍ଦ କରିଦେଇଛନ୍ତି । ବିଶେଷକରି ତୃଣମୂଳ କଂଗ୍ରେସ ଆଗରେ ଥିବା ଅଞ୍ଚଳରେ ଗଣନା ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି । ପାଖାପାଖି ୧୦୦ ଆସନରେ ଟିଏମ୍ସି ଆଗୁଆ ରହିଛି କିନ୍ତୁ ଏହା ପ୍ରକାଶ କରାଯାଉ ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ନାଁରେ ଭୋଟ ସବୁ ଲୁଟି ନେଇଛନ୍ତି । ମମତା ଗଣନା ଏଜେଣ୍ଟ ଓ ଦଳୀୟ ପ୍ରାର୍ଥୀଙ୍କୁ ଗଣନା କେନ୍ଦ୍ର ନ ଛାଡ଼ିବାକୁ କହିଛନ୍ତି ।
ସେ ଦଳୀୟ କର୍ମୀଙ୍କୁ ନିରାଶ ଓ ଭୟଭୀତ ନହେବାକୁ କହିଛନ୍ତି । ବିଜେପି ବର୍ତ୍ତମାନ ୧୮୨ ଆସନରେ ଆଗୁଆ ଥିବାବେଳେ ଟିଏମ୍ସି ୯୧ ଆସନ ସହିତ ପଛରେ ଚାଲୁଛି । ବିଜେପି ସଂଖ୍ୟା ଗରିଷ୍ଠତା ମାର୍ଜିନ ପାର୍ କରିସାରିଛି । ଭବାନୀପୁରରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ କଡ଼ା ପ୍ରତିଦ୍ୱନ୍ଦ୍ୱିତା ପରେ ଟିଏମସି ସୁପ୍ରିମୋ ପୁଣି ଆଗୁଆ ଅଛନ୍ତି । ମମତା ବାନାର୍ଜୀ ବର୍ତ୍ତମାନ ୧୭୦୦୦ରୁ ଅଧିକ ଭୋଟରେ ଆଗରେ ଅଛନ୍ତି ।






