ଏ.କେ ବ୍ୟୁରୋ : ତେଲି ବନ୍ଧ ଉଚ୍ଚବିଦ୍ୟାଳୟରେ ପଦନ୍ନତି ପାଇ କାର୍ଯ୍ୟରେ ଯୋଗଦାନ କରିଥିବା ୪ ଜଣ ଶିକ୍ଷକଙ୍କୁ ବିଦ୍ୟାଳୟ ପରିଚାଳନ କମିଟି ଓ ମୋ ସ୍କୁଲ ଅଭିଯାନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସଦର ବ୍ଲକ ଅନ୍ତର୍ଗତ ତେଲିବଦ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଦନ୍ନୋତି ପାଇ କାର୍ଯ୍ୟରେ ଯୋଗଦାନ କରିଥିବା ୪ ଜଣ ଶିକ୍ଷକ ଙ୍କୁ ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ ଓ ବିଦ୍ୟାଳୟ କର୍ମଚାରୀମାନଙ୍କ ତରଫରୁ ସ୍ୱାଗତ କରାଯାଇଛି ।

ଏହି ଅବସରରେ ଛାତ୍ରଛାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟବୃନ୍ଦ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ ବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ପ୍ରଧାନଶିକ୍ଷୟତ୍ରୀ ସୌଦାମିନୀ ପ୍ରଧାନଙ୍କର ସଭାପତିତ୍ଵରେ ଆୟୋଜିତ ସଭାରେ ମୋ ସ୍କୁଲ ଅଭିଯାନର ସଭାପତି ଶୁଶିଳ କୁମାର ହୋତା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୁରନ୍ଦର ପ୍ରଧାନ, ସଭ୍ୟ ବିଶିକେଶନ ପ୍ରଧାନ,ଯୁଧିଷ୍ଟିର ସେଠୀ, ସିଆରସିସି ରବିନ୍ଦ୍ର ମେହେର,ଶିକ୍ଷକ ଅଶୋକ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଷ୍ଠାର ସହକାର୍ଯ୍ୟ କରି ବିଦ୍ୟାଳୟରେ ଉତ୍କୃଷ୍ଟ ଶିକ୍ଷାଦାନ ସହ ସର୍ବାଙ୍ଗିନ ଉନ୍ନତିରେ ନିଜକୁ ସାମିଳ କରି ପୂର୍ବ ଗୌରବ ଫେରାଇ ଆଣିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପଦନ୍ନୋତି ପାଇଥିବା ଶିକ୍ଷକ ଶମ୍ଭୁ ଗିରି, ଅଶୋକ କୁମାର ଘିବେଲା, ସନ୍ତୋଷ କୁମାର ମଲିକ, ବିଭୁତି ଭୂଷଣ ମେହେର ଙ୍କୁ ଉପଢୌକନ ,ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଦନ୍ନୋତି ପାଇଥିବା ଶିକ୍ଷକ ବୃନ୍ଦ ଶିକ୍ଷାଦାନରେ ନିଜକୁ ନିୟୋଜିତ କରି ପୂର୍ବ ଗୌରବ ଫେରାଇ ଆଣିବାକୁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସୁବାଷ ଚନ୍ଦ୍ର ପ୍ରଧାନ ସଂଯୋଜନା କରିଥିବା ବେଳେ ଅଶୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ପିଇଟି ଗାୟତ୍ରୀ ବେହେରା, ଶିକ୍ଷକ ଡେଭିଡ ପ୍ରଧାନ, ଅଂଶୁମାନ ବାରିକ ସଂଜୟ କୁମାର ନାୟକ, ନିରଞ୍ଜନ ମେହେର, ସୌରଭ ପ୍ରଧାନ, ସୁଭ୍ରାଂଶ ସାହୁ, ଶିକ୍ଷୟତ୍ରୀ ରଶ୍ମିତା ସାହୁ, ଭୂମି ସୂତ ବୈଶ୍ୟ ଓ କିରାଣୀ ରବିନ୍ଦ୍ର ବେଜୀ ପ୍ରମୁଖଙ୍କ ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା । ବୌଦ୍ଧରୁ କୃତ୍ତିବାସ ପଲିଆଙ୍କ ରିପୋର୍ଟ ଆପଣଙ୍କ ଖବର






