AK ଅନେକ ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ, ବଢ଼ୁଥିବା ସହରୀକରଣ ଓ ନିର୍ଦ୍ଦିଷ୍ଟ ଭୌଗୋଳିକ କାରଣ ଗୁଡିକର ମିଶ୍ରଣ ଯୋଗୁଁ ଓଡ଼ିଶାର ତାପମାତ୍ରା ବୃଦ୍ଧି ପାଉଛି । ଏହି କାରଣଗୁଡ଼ିକ ପାଇଁ ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତୀବ୍ର ଗ୍ରୀଷ୍ମଲହରୀ ଦେଖିବାକୁ ମିଳୁଛି । ଯାହାର ପ୍ରଭାବରେ ଅସହ୍ୟ ହେଉଛି ଗ୍ରୀଷ୍ମଋତୁ । ରାଜ୍ୟରେ ତାପମାତ୍ରା ଲଗାତାର ଭାବେ ବଢ଼ି ଚାଲିଛି । ସାରା ରାଜ୍ୟରେ ତାତି ଓ ଗୁଳୁଗୁଳି ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଲାଣି । ଘରୁ ବାହାରକୁ ବାହାରିଲେ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ରାଜ୍ୟବାସୀ ଅନେଇ ବସିଛନ୍ତି ବର୍ଷାକୁ। କାଳବୈଶାଖୀ ଆସିଲେ ଯାଇଁ ତାତିରୁ ମିଳିବ ତ୍ରାହି। ଗରମ ପାଣିରେ ଫୁଟିଲା ଭଳି ଫୁଟୁଛି ଝାରସୁଗୁଡ଼ା । ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଏଇ ସହର । ଭୁବନେଶ୍ୱରରେ ମଧ୍ୟ ତାତି ୪୦ ଡିଗ୍ରୀ ଅତିକ୍ରମ କରିଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଦିନ ଅଢ଼େଇଟା ସୁଦ୍ଧା ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ୪୦ ଡେଇଁଛି ।

ତାପମାତ୍ରା ବୃଦ୍ଧିର କାରଣ
– ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ସୂର୍ୟ୍ୟକିରଣ, ଜଳବାୟୁ ପରିବର୍ତ୍ତନ
– ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ କାରଣରୁ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଉଛି
– ଅନେକ ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ, ବଢ଼ୁଥିବା ସହରୀକରଣ ଓ ନିର୍ଦ୍ଦିଷ୍ଟ ଭୌଗୋଳିକ କାରଣ ଗୁଡିକର ମିଶ୍ରଣ ଯୋଗୁଁ ଓଡ଼ିଶାର ତାପମାତ୍ରା ବୃଦ୍ଧି ପାଉଛି । ଏହି କାରଣଗୁଡ଼ିକ ପାଇଁ ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତୀବ୍ର ଗ୍ରୀଷ୍ମଲହରୀ ଦେଖିବାକୁ ମିଳୁଛି। ଯାହାର ପ୍ରଭାବରେ ଅସହ୍ୟ ହେଉଛି ଗ୍ରୀଷ୍ମଋତୁ । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଅଧିକ ତାତି ହେତୁ ଦେହ ହାତ ଜଳି ପୋଡ଼ି ଯିବା ଭଳି ଅନୁଭବ ହେଉଛି । ଉପକୂଳ ଓଡ଼ିଶାରେ ଆଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ୨୪ଘଣ୍ଟା ପାଇଁ ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା ରେ ଗ୍ରୀଷ୍ମପ୍ରବାହ ନେଇ ଚେତାବନୀ ଜାରି ହୋଇଛି । ଉପକୂଳର ୧୧ଜିଲ୍ଲା କୁ ଗରମ ଗୁଳୁଗୁଳି ନେଇ ଏଲୋ ଆଲର୍ଟ ଜାରି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତିରେ ଲାଗିରହିବ ଗରମ ଗଲୁଗୁଳି। ଆସନ୍ତାକାଲି ପାଇଁ ସମ୍ବଲପୁର,ଝାରସୁଗୁଡା,କେନ୍ଧୁଝର,କନ୍ଧମାଳ, ବଲାଙ୍ଗୀର ରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ନେଇ ଆଲର୍ଟ ଜାରି । ୨୬ ଏପ୍ରିଲରୁ ପାଗରେ ଆସିବ ପରିବର୍ତ୍ତନ । ତାତି କମିବ । କାଳବୈଶାଖୀ ବର୍ଷା ଦେଖିବାକୁ ମିଳିବ । କନ୍ଧମାଳ, ରାୟଗଡା,ଗଞ୍ଜାମ, ଗଜପତି,କୋରାପୁଟ,ମାଲକାନଗିରି ରେ ବର୍ଷାକୁ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।






