AK ଦୀନେଶ ଚଳିତ ସପ୍ତାହରେ ବାଇକରେ ଯାଉଥିବା ୩ ଜଣ ବ୍ୟକ୍ତି ଓ ରାସ୍ତାରେ ଚାଲି ଚାଲି ଯାଉଥିବା ୨ ଜଣଙ୍କ ମହିଳାଙ୍କ ଉପରେ ନିଜର ଥାର ଗାଡ଼ି ଚଢ଼ାଇ ଦେଇଥିଲେ । ସେ ଚଳାଉଥିବା ଥାରରେ ନମ୍ବର ପ୍ଲେଟ ନଥିଲା । ନମ୍ବର ପ୍ଲେ ସ୍ଥାନରେ ବିଧାୟକ ଓ ବିଜେପିର ଦଳୀୟ ଚିହ୍ନ ରହିଥିଲା । ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପିର ଜଣେ ବିଧାୟକଙ୍କ ପୁଅ ଘଟାଇଛନ୍ତି ଭୟଙ୍କର କାଣ୍ଡ। ଶିବପୁରୀ ଅଞ୍ଚଳରେ ସେ ବେପରୁଆ ଢଙ୍ଗରେ ନିଜର ଦାମୀ ଥାର ଚଳାଇବା ସହ ୫ ଜଣଙ୍କ ଉପରେ ଏହାକୁ ମଡ଼ାଇ ଦେଇଛନ୍ତି । ଏଥିରେ କେହି ପ୍ରାଣ ହରାଇ ନଥିଲେ ହେଁ ସମସ୍ତେ ଗୁରୁତର ଆହତ ହୋଇଛନ୍ତି ।

ଏବେ ସେମାନେ ନିଜର ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ସଂଘର୍ଷର ସମ୍ମୁଖୀନ ହେଉଛନ୍ତି । ବିଜେପି ବିଧାୟକଙ୍କ ଅଭିଯୁକ୍ତ ପୁଅ ଗାଡ଼ି ମଡ଼ାଇବା ପରେ ସେମାନଙ୍କୁ କୌଣସି ପ୍ରକାରର ସହାୟତା କରୁ ନଥିବା ଅଭିଯୋଗ ହୋଇଛି। ପିଚୋରେ ବିଧାୟକ ପ୍ରୀତମ ଲୋଧିଙ୍କ ପୁଅ ଦୀନେଶ ଚଳିତ ସପ୍ତାହରେ ବାଇକରେ ଯାଉଥିବା ୩ ଜଣ ବ୍ୟକ୍ତି ଓ ରାସ୍ତାରେ ଚାଲି ଚାଲି ଯାଉଥିବା ୨ ଜଣଙ୍କ ମହିଳାଙ୍କ ଉପରେ ନିଜର ଥାର ଗାଡ଼ି ଚଢ଼ାଇ ଦେଇଥିଲେ । ସେ ଚଳାଉଥିବା ଥାରରେ ନମ୍ବର ପ୍ଲେଟ ନଥିଲା । ନମ୍ବର ପ୍ଲେ ସ୍ଥାନରେ ବିଧାୟକ ଓ ବିଜେପିର ଦଳୀୟ ଚିହ୍ନ ରହିଥିଲା । ସେହିପରି ଏଥିରେ ନାଲିବତୀ ବି ଲାଗିଥିଲା। ଘଟଣାରେ ସଞ୍ଜୟ ପରିହାର, ଆଶିଷ ପରିହାର, ଅଂଶୁଲ ପରିହାର, ସୀତା ବର୍ମା ଓ ପୂଜା ସୋନି ଆହତ ହୋଇଥିଲେ ।
ସଞ୍ଜୟ ପରିହାର ଆର୍ଥିକ ସହାୟତା ପାଇଁ ୨ ଜଣ ପୁଲିସ୍ କର୍ମଚାରୀଙ୍କ ସହ ବିଧାୟକଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ବିଧାୟକ ତାଙ୍କୁ ଦେଖା କରି ନଥିଲେ। ସେହିପରି ଏଯାଏ ଚିକିତ୍ସା ପାଇଁ ମଧ୍ୟ ବିଧାୟକ କିମ୍ବା ତାଙ୍କ ପୁଅ କୌଣସି ବ୍ୟବସ୍ଥା କରି ନାହାନ୍ତି। ଆହତ ସୀତା ବର୍ମା ଜଣେ ସ୍କୁଲ ଶିକ୍ଷୟିତ୍ରୀ। ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଓ ଅଣ୍ଟାରେ ଆଘାତ ଲାଗିଛି। ଏବେ ସେ ନିଜ ଚିକତ୍ସା ନିଜେ ହିଁ କରୁଛନ୍ତି । ସେ କହିଛନ୍ତି, “ଆମେ ସ୍କୁଲ ଯାଉଥିବା ବେଳେ ବିଧାୟକଙ୍କ ପୁଅ ଦୀନେଶ ନିଜର ଥାରକୁ ଆମ ପଛରେ ପିଟିଥିଲେ। ଏହାପରେ ଗୋଟିଏ ବାଇକରେ ଏହା ମାଡ଼ ହୋଇଥିଲା। ଏବେ ଆମେ ମେଡିକାଲ ଖର୍ଚ୍ଚ ତାଙ୍କ ଠାରୁ ଚାହୁଁଛୁ ।”ପ୍ରତ୍ୟେକ୍ଷଦର୍ଶୀ ଓ ଆହତମାନଙ୍କ କହିବା କଥା ଯେ ଗାଡ଼ି ମଡ଼ାଇବା ପରେ ଦୀନେଶ ସହଯୋଗ କରିବା ବଦଳରେ ସମସ୍ତଙ୍କ ସହ ଯୁକ୍ତିତର୍କ କରିଥିଲେ। ଭାଇରାଲ ଭିଡିଓରେ ଦୀନେଶ କହୁଛନ୍ତି ଯେ “ମୁଁ ହର୍ଣ୍ଣ ମାରିବା ସହ ସାଇରନ ବଜାଇଥିଲି। ସେମାନେ କାହିଁକି ସାମ୍ନାକୁ ଆସିଥିଲେ?”
ତେବେ ପୁଲିସ ଭାରତୀୟ ନ୍ୟାୟ ସଂହିତାରେ ଥିବା ବିଭିନ୍ନ ହାଲୁକା ଦଫାରେ ମାମଲା କରିଛି। ପୁଲିସ୍ ଲଗାଇଥିବା ଧାରା ୨୮୧ରେ ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ୬ ମାସ ଜେଲ ଓ ୧ ହଜାର ଟଙ୍କା ଜୋରିମାନା ଲାଗିବ। ସେହିପରି ଧାରା ୧୨୫(ଏ)ରେ ସର୍ବାଧିକ ୩ ମାସ ଜେଲ ଓ ୨୫୦୦ ଟଙ୍କାର ଜୋରିମାନା ବ୍ୟବସ୍ଥା ରହିଛି । ଘଟଣା ପରେ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ, ବରଂ ନୋଟିସ ଦେଇ ଚାଲି ଯାଇଛି। ଯେଉଁ ସବୁ ଦଫାରେ ମାମଲା ହୋଇଛି, ସେଥିରେ ସର୍ବାଧିକ ୬ ମାସର ଦଣ୍ଡ ବ୍ୟବସ୍ଥା ରହିଛି। ତେଣୁ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାର ଆବଶ୍ୟକତା ନାହିଁ । ସିଟି ଏସ୍ପି ଆୟୁଷ ଜାଖଡ କହିଛନ୍ତି, “ଆମେ ଗାଡ଼ିକୁ ଜବତ କରିଛୁ ଓ ଅଭିଯୁକ୍ତକୁ ନୋଟିସ କରିଛୁ। ପୀଡ଼ିତମାନେ ସାମାନ୍ୟ ଆହତ ହୋଇଥିଲେ ଓ ଚିକିତ୍ସା ପରେ ସମସ୍ତେ ଘରକୁ ଯାଇଛନ୍ତି । କେହି ବି ଆଇନରୁ ଉପରେ ନୁହନ୍ତି ।”






