ବୌଦ୍ଧ ଜିଲ୍ଲା : 06.07.2026 କଣ୍ଟାମାଳ ବ୍ଲକ୍ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ଅlଶ୍ରେଗାଁରେ ଲଗାତାର ବର୍ଷା ଯୋଗୁଁ ଘର ଭାଙ୍ଗି ବାସହୀନ ହୋଇପଡ଼ିଥିବା ୬ଟି ପରିବାରଙ୍କୁ ସାହାଯ୍ୟର ହାତ ବଢ଼ାଇଛି ‘ମାଁ ମାହେଶ୍ୱରୀ ସେନା’।

ଘର ଭାଙ୍ଗିବା ଖବର ପାଇବା କ୍ଷଣି ସେନାର ସଦସ୍ୟମାନେ ସିଧାସଳଖ ପୀଡ଼ିତଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖସୁଖ ବୁଝିଥିଲେ। ଏହା ସହ ତୁରନ୍ତ ଖୁଣ୍ଟିଗୋରା ଆର୍.ଆଇ (RI) ଙ୍କ ସହ ଯୋଗାଯୋଗ କରି ତାଙ୍କ ସହାୟତାରେ ସମସ୍ତ ୬ଟି ପରିବାରଙ୍କ ପାଇଁ ଅସ୍ଥାୟୀ ରହଣି ସ୍ୱରୂପ ପାଲ୍ (ତାରପୋଲିନ) ର ବ୍ୟବସ୍ଥା କରିଛନ୍ତି।

ବିପତ୍ତି ସମୟରେ ତତ୍ପରତା ଦେଖାଇଥିବାରୁ ସ୍ଥାନୀୟ ଆର୍.ଆଇ ଆଜ୍ଞା ଏବଂ ମାଁ ମାହେଶ୍ୱରୀ ସେନାର ସମସ୍ତ ସଦସ୍ୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଗାମୀ ଦିନରେ ଏହି ପରିବାରଗୁଡ଼ିକର ସ୍ଥାୟୀ ବାସଗୃହ ବ୍ୟବସ୍ଥା ପାଇଁ ଉପରିସ୍ଥ ଅଧିକାରୀମାନଙ୍କ ସହ ମଧ୍ୟ ଯୋଗାଯୋଗ କରାଯିବ।
କଣ୍ଟାମାଳରୁ ରାଜା ମହାକୁଡଙ୍କ ରିପୋର୍ଟ ଆପଣଙ୍କ ଖବର






