ଏ.କେ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଠାକୁରଗଡ଼ ଗ୍ରାମର ଲଷ୍ମୀବଜାର ସ୍ଥିତ ମହାଲଷ୍ମୀ ପୂଜାମଣ୍ଡପରେ ଚଳିତ ବର୍ଷ (୨୦୨୬) ମା’ ଧନଦାତ୍ରୀ ମା’ ମହାଲଷ୍ମୀଙ୍କ ୬୪ତମ ବାର୍ଷିକ ପୂଜା ମହୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶରେ ୧୩ ଦିନ ଧରି ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି ମହାପୂଜାରେ ବିଜୟ କୁମାର ସାହୁ ଏବଂ ତାଙ୍କୁ ସହଧର୍ମିଣୀ ସୁବାସିନୀ ସାହୁ ମୁଖ୍ୟ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିବାବେଳେ, ବିଶେଷ୍ର ରାଉତ, ଭାଗର ଦେଓ, ସତ୍ୟବ୍ରତ ସେନାପତି ଓ କବି ସାହୁ ସହକର୍ତ୍ତା ଭାବେ ସହଯୋଗ କରିଥିଲେ। ମୁଖ୍ୟ ପୁରୋହିତ କେଶବ ଶତପଥୀ ଏବଂ ପୂଜକ ଲୋକନାଥ ତ୍ରିପାଠୀ, ଶଙ୍କର ମହାପାତ୍ର ପ୍ରମୁଖ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ନୀତିକାନ୍ତି ସମ୍ପନ୍ନ କରିଥିଲେ।
ପୂଜା ସମୟରେ ପ୍ରତ୍ୟେକ ଦିନ ମଧ୍ୟାହ୍ନରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ମହିଳା ନାମ, କୃଷ୍ଣଗୁରୁ ନାମ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଉଦଣ୍ଡ ନୃତ୍ୟ ଓ ଅପେରା ପ୍ରଦର୍ଶିତ ହୋଇଥିଲା, ଯାହାକି ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଚଳିତ ବର୍ଷ ଏକ ସ୍ୱତନ୍ତ୍ର ଲଟେରୀ ମାଧ୍ୟମରେ ମା’ଙ୍କ ପ୍ରକୃତ ଭାଗ୍ୟଶାଳୀ ଭକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଷୋଳପଦା ତଥା ସମଗ୍ର ଆଠମଲ୍ଲିକାଞ୍ଚଳର ଶୁଭ, ସମୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଭକ୍ତମାନେ ୧୩ ଦିନ ଧରି ମା’ଙ୍କ ନିକଟରେ ହୃଦୟଭରା ପ୍ରାର୍ଥନା କରିଥିଲେ। ତେର ଦିନର ପୂଜାର୍ଚ୍ଚନା ପରେ ଆଜି ମା’ ବିଦାୟ ନେଇଛନ୍ତି। ସୋନପୁର, ଗଞ୍ଜାମ ତଥା ଅନୁଗୋଳ ଆଦି ବିଭିନ୍ନ ଅଞ୍ଚଳରୁ ଆସିଥିବା ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ପରିବେଷିତ ଦୁଲୁଦୁଲି, ଲଉଡ଼ି ଖେଳ ଏବଂ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ଭବ୍ୟ ଶୋଭାଯାତ୍ରା ବାହାରିଥିଲା।
ଏହି ଶେଷ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ୱ ଜନସମାଗମ ହୋଇଥିଲା। କମିଟିର ସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ବିଭୂତି ଭୂଷଣ ସେନାପତି, କୋଷାଧ୍ୟକ୍ଷ ମନୋଜ ସାହୁ ଏବଂ ସଦସ୍ୟମାନଙ୍କ ଯଥା— ହେମନ୍ତ କୁମାର ଖୁଣ୍ଟିଆ, ଗଣେଶ୍ୱର ବାରିକ, ଅକ୍ଷୟ କୁମାର ବିଶ୍ୱାଳ, ରାମଚନ୍ଦ୍ର ଖୁଣ୍ଟିଆ, ସଞ୍ଜୀବ କୁମାର ପ୍ରଧାନ, କିଶୋରୀ ଖୁଣ୍ଟିଆ, ରବୀନ୍ଦ୍ର କୁମାର ରାଉତ, ଜ୍ୟୋତି ରଞ୍ଜନ ସାହୁ, ସୁମନ୍ତ ବେହେରା, ଗଣେଶ୍ୱର ଖୁଣ୍ଟିଆ, ସୌରଭ କୁମାର ମିଶ୍ର ଓ ସନ୍ତୋଷ କୁମାର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ଉତ୍ସବ ଅତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଠାକୁରଗଡ଼ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଅନୁଗୋଳ ରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






