ଏ.କେ ବ୍ୟୁରୋ : ଗାଁ ଭିତରେ ପଶିଲା ବନ୍ୟା ପାଣି । ଧୋଇ ନେଇଗଲା ୨୦ ଘର । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡିପାବାଲି ଭୂସ୍ଖଳନ ଘଟଣା ପରେ, ଆଉ ଏକ ଭୟଙ୍କର ଘଟଣା ନଜରକୁ ଆସିଛି ।ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଲଗାଣ ବର୍ଷା ଓ ବନ୍ୟାଜଳ ଯୋଗୁଁ ଗାଁ ଭିତରେ ପଶିଛି ନଦୀ ପାଣି । ନଦୀର ପ୍ରଖର ସ୍ରୋତରେ ଭାସିଯାଇଛି ପଞ୍ଚାୟତ ଘର। ଏହାସହ ଗୋଟିଏ ସାହିର ପ୍ରାୟ ୨୦ଟି ଘରର ପଛପାର୍ଶ୍ୱ ଧୋଇ ହୋଇଯାଇଛି।

ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଗାଁ ଭିତରେ ପଶିଲା ବନ୍ୟା ପାଣି । ଧୋଇ ନେଇଗଲା ୨୦ ଘର । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡିପାବାଲି ଭୂସ୍ଖଳନ ଘଟଣା ପରେ, ଆଉ ଏକ ଭୟଙ୍କର ଘଟଣା ନଜରକୁ ଆସିଛି । କନ୍ଧମାଳ ଜିଲ୍ଲାର ଇନ୍ଦ୍ରଗଡ ଗାଁର ପଞ୍ଚାୟତ ଘରକୁ ନଦୀ ଭସାଇ ନେଇଛି ଡହ ନଦୀ । ଏହା ସହ ଗୋଟିଏ ସାହିର ପ୍ରାୟ ୨୦ ଟି ଘରର ପଛ ଭାଗ ଧୋଇ ହୋଇଯାଇଛି । ବାତ୍ୟା ଅର୍ଣ୍ଣବ ପରେ ଗାଁ କୁ ଲାଗି ରହିଥିବା ଡହ ନଦୀରେ ବନ୍ୟାଜଳ ଆସିଥିଲା । ଯାହା ଫଳରେ ଉପର ମୁଣ୍ଡରେ ରହିଥିବା ସ୍ଥାୟୀ ସେତୁଟି ଭାଙ୍ଗି ଗାଁ ଭିତରକୁ ନଦୀ ମାଡ଼ି ଯାଇଥିଲା । ବର୍ତ୍ତମାନ ଗ୍ରାମବାସୀଙ୍କ ସମେତ କ୍ଷତିଗ୍ରସ୍ତ ପରିବାରର ଭୟଭୀତ ଅବସ୍ଥାରେ ରହିଛନ୍ତି ।






