ଏ.କେ ବ୍ୟୁରୋ :ଓଡ଼ିଶାର କୃଷିଭିତ୍ତିକ ଅର୍ଥନୀତିରେ ଧାନ ଚାଷର ଏକ ବିଶେଷ ସ୍ଥାନ ରହିଛି। ଧାନ କେବଳ ଖାଦ୍ୟ ସୁରକ୍ଷାର ମାଧ୍ୟମ ନୁହେଁ, ବରଂ ଏହାକୁ ଅଧିକ ପୁଷ୍ଟିକର କରି ଲୋକଙ୍କ ସ୍ୱାସ୍ଥ୍ୟରେ ସୁଧାର ଆଣିବା ସହିତ ମରୁଡି ଅଞ୍ଚଳରେ କମ ଦିନିଆ ଚ ମରୁଡି ସହଣୀ ଧାନକୁ ପ୍ରାଧାନ୍ୟ ଦେବା ଦିଗରେ ଏକ ନୂତନ ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଶା କୃଷି ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ା ଜିଲ୍ଲାରେ ଉନ୍ନତମାନର ଜଳବାୟୁ ସହଣୀୟ ଓ ପୁଷ୍ଟି ସମୃଦ୍ଧ ଧାନ କିସମର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦିଆଯାଉଛି।

ଏହି ପଦକ୍ଷେପ ଅନ୍ତର୍ଗତ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଇକରି ଏବଂ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସହଯୋଗରେ ଜଳବାୟୁ ସହନଶୀଳ, ଅଧିକ ଉତ୍ପାଦନକ୍ଷମ ଓ ପୁଷ୍ଟିଗୁଣରେ ଭରପୂର ଧାନ କିସମ ଚାଷ ପାଇଁ କୃଷକମାନଙ୍କୁ ଉତ୍ସାହିତ କରାଯାଉଛି। ଆଜିର କ୍ଷେତ୍ର ମୂଲ୍ୟାଙ୍କନ ଦିବସରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଜଗବନ୍ଧୁ ପଟେଲଙ୍କ ଉପସ୍ଥିତ ହୋଇ ନୂଆପଡ଼ା ଜିଲ୍ଲା ଭଳି ଏକ ମରୁଡ଼ି ପ୍ରବଣ ଅଞ୍ଚଳରେ ଉପଯୁକ୍ତ ଧାନ କିସମ ଚୟନ, ଉନ୍ନତ ଚାଷ ପଦ୍ଧତି ଓ ଚାଷୀଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି । କୋମନା ବ୍ଲକ୍ ଅନ୍ତର୍ଗତ ଲିମଡିହି ଗ୍ରାମରେ ଓଡ଼ିଶା କୃଷି ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମ ଅଧୀନରେ କୃ୨୦ଟି ବିଭିନ୍ନ ଗୁଣବିଶିଷ୍ଟ ଧାନ କିସମର କ୍ଷେତ୍ର ପ୍ରଦର୍ଶନୀ କରାଯାଇଛି। ଏଥିରେ ସୁଗନ୍ଧିତ ଧାନ, ପୁଷ୍ଟି ସମୃଦ୍ଧ ଧାନ ଏବଂ ବିଭିନ୍ନ ଜଳବାୟୁ ଚାପ ଓ ପରିସ୍ଥିତି ସହଣୀୟ ଧାନ କିସମକୁ ସାମିଲ କରାଯାଇଛି। ଆଜିର ଏହି କ୍ଷେତ୍ର ମୂଲ୍ୟାୟନ ଦ୍ୱାରା କୃଷକମାନେ କେବଳ ଉନ୍ନତ ଧାନ କିସମ ବିଷୟରେ ଜାଣିବାର ସୁଯୋଗ ପାଇନାହାନ୍ତି, ବରଂ ନିଜ ଆବଶ୍ୟକତା, ଖାଦ୍ୟ ପସନ୍ଦ ଓ ବଜାର ଚାହିଦା ଅନୁଯାୟୀ ଧାନ କିସମ ଚୟନ କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ବିରି ଧାନ ୬୯ କିସମକୁ ବଜାରରେ ବିକ୍ରୟ ଓ ଭଲ ମୂଲ୍ୟ ପାଇବା ଦୃଷ୍ଟିରୁ ପସନ୍ଦ କରିଥିବା ବେଳେ, ତେଲଙ୍ଗାନା ସୋନା କିସମକୁ ଦୈନନ୍ଦିନ ଖାଦ୍ୟ ଉପଯୋଗ ଓ ଖାଇବା ପାଇଁ ପସନ୍ଦ କରିଥିଲେ। ସେହିପରି ସି ଆର ଧାନ ୨୧୪ , ସି ଆର ଧାନ ୮୦୭ ଏବଂ ଉତ୍ତର ସମୀର ସ୍ଵର୍ଣ ଶ୍ରେୟା ଏହି କାର୍ଯକ୍ରମରେ କୋମନା ବ୍ଲକ ର ୭୦ରୁ ଅଧିକ ଚାଷୀ , ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇ ବିହନ ଚୟନ କରିଥିଲେ । ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଦିଲୀପ କୁମାର ରାଉତ କାର୍ଯକ୍ରମ ପରିଚାଳନା କରିଥିବା ବେଳେ ନୂଆପଡ଼ା ଜିଲ୍ଲା ସଂଯୋଜକ ସମ୍ପଦ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ,






