ଏ.କେ ବ୍ୟୁରୋ : ପୁଣି ଆସୁଛି ସୂର୍ଯ୍ୟୋପରାଗ । ଅମାବାସ୍ୟାରେ ବିଶ୍ବ ଦେଖିବ ଦୁର୍ଲଭ ମହାଜାଗତିକ ଦୃଶ୍ୟ । ମାତ୍ର କେଇଟା ଦିନ ପରେ ୨୦୨୬ର ଦ୍ବିତୀୟ ସୂର୍ଯ୍ୟୋପରାଗ ।
୨୦୨୬ର ଦ୍ୱିତୀୟ ସୂର୍ଯ୍ୟୋପରାଗ ଆସନ୍ତା ଅଗଷ୍ଟ ୧୨ ତାରିଖରେ ଘଟିବାକୁ ଯାଉଛି ।
ଶ୍ରାବଣ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ଏହି ପରାଗ ପଡୁଥିବାରୁ ଏହାକୁ ଧାର୍ମିକ ଓ ଜ୍ୟୋତିର୍ବିଜ୍ଞାନୀୟ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି । ବିଶେଷ କଥା ହେଉଛି, ସେହି ଦିନ ହରିୟାଳୀ ଅମାବାସ୍ୟା ମଧ୍ୟ ପଡୁଛି, ଯାହା ହିନ୍ଦୁ ପରମ୍ପରାରେ ଏକ ପବିତ୍ର ଦିନ ଭାବେ ପରିଚିତ ।
ଭାରତୀୟ ସମୟ ଅନୁଯାୟୀ, ସୂର୍ଯ୍ୟୋପରାଗ ୧୨ ଅଗଷ୍ଟ ରାତି ୯ଟା ୪ ମିନିଟରେ ଆରମ୍ଭ ହେବ ଏବଂ ୧୩ ଅଗଷ୍ଟ ସକାଳ ୪ଟା ୨୫ ମିନିଟ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ ।

ତେଣୁ ଧାର୍ମିକ ବିଶ୍ୱାସ ଅନୁସାରେ ଏଥିପାଇଁ ସୂତକ କାଳ ବୈଧ ମନାଯିବ ନାହିଁ ଏବଂ ସୂତକ ସମ୍ବନ୍ଧୀୟ ନିୟମ ମଧ୍ୟ ଭାରତବାସୀଙ୍କ ପାଇଁ ପ୍ରୟୋଜ୍ୟ ହେବ ନାହିଁ ।
ପଞ୍ଚାଙ୍ଗ ଅନୁଯାୟୀ, ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ପୂର୍ବରୁ ଥିବା ଅଶୁଭ ସମୟକୁ ସୂଚାଯାଏ । ହିନ୍ଦୁ ମତାନୁସାରେ, ଏହି ସମୟରେ ପରିବେଶ ଦୂଷିତ ହୋଇପାରେ ଏବଂ ଏହାର କୁପ୍ରଭାବରୁ ବଞ୍ଚିବା ପାଇଁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଏ ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






