ଏ.କେ ବ୍ୟୁରୋ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଇଡେନ୍ ପାର୍କରେ ଖେଳାଯିବ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ । ଶ୍ରେୟସ ଆୟରଙ୍କ ଅଧିନାୟକତ୍ବରେ ଭାରତୀୟ ଦଳ ସିରିଜରେ ୩-୦ରେ ଆଗୁଆ ରହି ସିରିଜ କବ୍ଜା କରିସାରିଛି । ଏବେ ଭାରତର ଲକ୍ଷ୍ୟ ସିରିଜକୁ କ୍ଲିନ୍ ସୁଇପ୍ କରିବା । ସେପଟେ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ ।

ଚତୁର୍ଥ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆହତ ସମସ୍ୟାରୁ ବାହାରିଥିବା ଈଶାନ କିଶନ ଫେରିଲେ କେଉଁ ଖେଳାଳି ଦଳରୁ ବାଦ୍ ପଡ଼ିବେ, ତାହାକୁ ନେଇ ଏବେ ଚର୍ଚ୍ଚା । ୩ୟ ଟି୨୦ ଗତ ମ୍ୟାଚରେ ୪୫ ରନର ଦମଦାର ଇନିଂସ ଖେଳିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ୍ ଦିଆଯିବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଈଶାନ କିଶନ ପ୍ରଥମ ମ୍ୟାଚରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରିନଥିଲେ । ତାଙ୍କ ଡାହାଣ ଜଙ୍ଘର ମାଂସପେଶୀରେ ସାମାନ୍ୟ ଆଘାତ ଲାଗିଥିବା ବିସିସିଆଇ ସୂଚନା ଦେଇଥିଲା । ତେବେ ଚତୁର୍ଥ ମ୍ୟାଚ୍ ପୂର୍ବରୁ ଈଶାନ ଅକଲାଣ୍ଡରେ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିବା ଜଣାପଡ଼ିଛି । କିନ୍ତୁ ତାଙ୍କ ଫିଟ୍ନେସକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।
ଗତ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ଭାରତକୁ ଦମ୍ଦାର ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୧୩୩ ରନର ଭାଗୀଦାରି କରିଥିଲେ । ଏପରିକି ମାତ୍ର ୫ ଓଭରରେ ଦଳୀୟ ସ୍କୋର ୧୦୦ ରନ୍ରେ ପହଞ୍ଚିଥିଲା । ଭାରତ ୧୯୯ ରନର ଲକ୍ଷ୍ୟକୁ ୪୦ଟି ବଲ୍ ବାକି ଥାଇ ହାସଲ କରି ସିରିଜ ଜିତିଥିଲା । ଏଭଳି ସ୍ଥିତିରେ ଭଲ ପ୍ରଦର୍ଶନ କରିଥିବା ବୈଭବଙ୍କୁ ଦଳରୁ ବାଦ୍ ଦେବା ଟିମ୍ ମ୍ୟାନେଜମେଣ୍ଟ ପାଇଁ ସହଜ ନିଷ୍ପତ୍ତି ହେବ ନାହିଁ ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ସଂଜୁ ସାମସନ, ଶ୍ରେୟସ ଆୟର, ତିଲକ ବର୍ମା, ନମନ ଧୀର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ।






