ଏ.କେ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଆଟୋପୁର ଅଞ୍ଚଳର ମାଙ୍ଗଳିକ କାର୍ଯ୍ୟରେ ଭୋଜିଭାତ ଆୟୋଜନ ହୋଇଥିଲା, ପ୍ରାୟ ୩୦୦ ଲୋକଙ୍କ ଖାଦ୍ୟ ବଳି ପଡ଼ିଥିବା କଥା ସଙ୍ଗଠନର ଆଞ୍ଚଳିକ କର୍ମକର୍ତ୍ତା ଦେବରଞ୍ଜନ ପାତ୍ର ଖାଦ୍ୟକୁ ନଷ୍ଟ ନକରି ଖାଦ୍ୟ ଅଭାବିଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ସଭାପତି Lambodar Mohantaଙ୍କୁ ଅନୁରୋଧ କରିଥିଲେ।

ଅନୁରୋଧ ରକ୍ଷା କରି ସଭାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଭଡ଼ା ଗାଡ଼ି ମାଧ୍ୟମରେ ବଜାରରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ, ରାସ୍ତା କଡ଼ରେ ଆଶ୍ରୟ ନେଉଥିବା ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ ପରେ ବଳକା ଖାଦ୍ୟକୁ ସିରିପୁରର ଖାଦ୍ୟ ଅଭାବୀ ପରିବାରଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ବଣ୍ଟନ କାର୍ଯ୍ୟକ୍ରମକୁ ସଭାପତି ଲମ୍ବୋଦର ମହାନ୍ତ, ସଦସ୍ୟ ଟୁଣି ମହାନ୍ତ, ପୁରୁଷୋତ୍ତମ ହେମ୍ବ୍ରମ, ରାମ ସୋରେନ ଓ ସାହିର ଯୁବକମାନେ ମିଶି ସମ୍ପନ୍ନ କରିଥିଲେ। ଭୋଜିଭାତରେ ବଳି ପଡ଼ିଥିବା ଖାଦ୍ୟକୁ ନଷ୍ଟ ନକରି ଭରସା ପରିବାର ଟ୍ରଷ୍ଟ ମାଧ୍ୟମରେ ଖାଦ୍ୟ ଅଭାବୀଙ୍କ ପାଖରେ ପହଞ୍ଚାଇବା ପାଇଁ ଚାହୁଁଥିଲେ ୭୯୭୮୧୭୫୨୫୧ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ସଭପତି ଶ୍ରୀ ମହାନ୍ତ କେନ୍ଦୁଝରବାସୀଙ୍କୁ ଅନୁରୋଧ କରିଛନ୍ତି । ସଙ୍ଗଠନର ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ବୁଦ୍ଧିଜିବି ପ୍ରଶଂସା କରୁଛନ୍ତି ।






