ଏ.କେ ବ୍ୟୁରୋ : ଗଣେଶ ମୂର୍ତ୍ତି ଭସାଣୀ ବେଳେ ଡିଜେ ବନ୍ଦକୁ ନେଇ ପ୍ରତିବାଦ । ଟାୟାର ଜାଳି ପ୍ରତିବାଦ ଜଣାଇଲେ ଲୋକ । ପ୍ରୋସେସନ ଚାଲିଥିବାବେଳେ ଡିଜେ ବନ୍ଦ କରିଥିଲା ପୋଲିସ । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଗଣେଶ ମୂର୍ତ୍ତି ଭସାଣୀ ବେଳେ ଡିଜେ ବନ୍ଦକୁ ନେଇ ପ୍ରତିବାଦ । ଟାୟାର ଜାଳି ପ୍ରତିବାଦ ଜଣାଇଲେ ଲୋକ । ବାଲେଶ୍ବର ଜିଲ୍ଲା ଖଇରା ଥାନା ଆଳଦା ଗାଁରେ ସତ୍ୟସାଇ ଯୂଥ କ୍ଳବ ପକ୍ଷରୁ ଗଣେଶ ମୂର୍ତ୍ତି ଭସାଣୀ ଚାଲିଥିଲା । ପ୍ରୋସେସନ ଚାଲିଥିବାବେଳେ ଡିଜେ ବନ୍ଦ କରିଥିଲା ପୋଲିସ ।

ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପ୍ରତିବାଦରେ ସୋର କୁପାରୀ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଲୋକ। ପୋଲିସର ବୁଝାସୁଝା ପରେ ଆନ୍ଦୋଳନ ହଟିଛି। ସେହିପରି ଗତକାଲି ଭଦ୍ରକରେ ଗଣେଶ ଭସାଣୀ ବେଳେ ଭୟଙ୍କର ହତ୍ୟାକାଣ୍ଡ ହୋଇଥିଲା । ଭସାଣୀ ବେଳେ ଖଣ୍ଡା ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ଆହତ ହୋଇଥିଲେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଞ୍ଚାୟତର ଜେନା ସାହିରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା । ମୃତକ ହେଲେ ଲକ୍ଷ୍ମୀଧର ଜେନା । ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଗଣେଶ ଭସାଣୀ ଚାଲିଥିବା ସମୟରେ କିଛି ଲୋକ ଲକ୍ଷ୍ମୀଧରଙ୍କ କୁକୁଡ଼ା ଦୋକାନକୁ ଭାଙ୍ଗିଦେଇଥିଲେ। ଖବର ପାଇ ଲକ୍ଷ୍ମୀଧର ଓ ତାଙ୍କ ପୁଅ ପର୍ଶୁରାମ ଘଟଣାସ୍ଥଳରେ ପହଞ୍ଚି ଫଟୋ ଉଠାଉଥିଲେ । ଏହି ସମୟରେ ହଠାତ୍ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଦୁର୍ବୃତ୍ତମାନେ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଧରଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ପୁଅ ପର୍ଶୁରାମଙ୍କୁ ପ୍ରଥମେ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।






