ଏ.କେ ବ୍ୟୁରୋ : ଦୀର୍ଘ ୫ ବର୍ଷ ଧରି (ଗଡ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ) TPCODL ଅନୁଗୋଳ ଡିଭିଜନରେ ଶ୍ୟାମ ଇଣ୍ଡିସ୍ ପାଓ୍ବାର ସଲ୍ୟୁସନ୍ ପ୍ରାଇଭେଟ୍ ଲି. ଅଧୀନରେ ମିଟର ରିଡର ଏବଂ ବିଲ୍ କଲେକ୍ଟର ଭାବରେ କାର୍ଯ୍ୟରତ ରେ କରୁଛନ୍ତି । କିନ୍ତୁ ଶ୍ୟାମ ଇଣ୍ଡିସ୍ ପାଓ୍ବାର ସଲ୍ୟୁସନ୍ ପ୍ରାଇଭେଟ୍ ନିଃ ର କାର୍ଯ୍ୟକାଳ ଚଳିତ ମାସ ୩୧ ତାରିଖରେ ଶେଷ ହେବାକୁ ଯାଉଅଛି । କାର୍ଯ୍ୟ କରିଆସିଥିବା ସମୟର ଗ୍ରାଚ୍ୟୁଇଟି ଅର୍ଥରାଶି ଆମକୁ ତୁରନ୍ତ ପ୍ରଦାନ କରିବାର ସରକାରୀ ପ୍ରାବଧାନ ରହିଛି ।

କିନ୍ତୁ ଅଦ୍ୟାବଧି ସେ ସମ୍ପର୍କରେ କୌଣସି ସନ୍ତୋଷଜନକ ପଦକ୍ଷେପ ଶ୍ୟାମ ଇଣ୍ଡିସ ପ୍ରାଇଭେଟ୍ ଲି. ପକ୍ଷରୁ ଗ୍ରହଣ କରାଯାଇନାହିଁ ।ଏ ସମ୍ପର୍କରେ ମଧ୍ୟ ଲିଖିତ ଭାବେ ବାବା ଚମ୍ପେଶ୍ଵର ବିଦ୍ୟୁତ୍ କର୍ମଚାରୀ ସଂଘ ପକ୍ଷରୁ ପୁନର୍ବାର ଲିଖିତ ଭାବେ ଜଣାଇଛନ୍ତି ଯେ, ଗ୍ରାଟୁଇଟି ଅର୍ଥରାଶି ପ୍ରଦାନ ଜୁଲାଇ ୩୦ ତାରିଖ ମଧ୍ୟରେ କୌଣସି ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରାନଗଲେ ଜୁଲାଇ ୩୧ ତାରିଖରେ TPCODL, ଅନୁଗୋଳ ଡିଭିଜନ ଠାରେ କାର୍ଯ୍ୟାଳୟ କୁ ଘେରିବା ସହ ଧାରଣାରେ ଦେବାକୁ ଚେତାବନୀ ଦେଇଛନ୍ତି। । ଏଥିପାଇଁ ଯେଉଁ ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ TPCODL ଏବଂ ଶ୍ୟାମ ଇଣ୍ଡିସ୍ ପାଓ୍ବାର ସଲ୍ୟୁସନ୍ ପ୍ରାଇଭେଟ୍ ଲି. ଦାୟୀ ରହିବେ ବୋଲି ବାବା ଚମ୍ପେଶ୍ଵର ବିଦ୍ୟୁତ୍ କର୍ମଚାରୀ ସଂଘ କହିଛି।






