ଏ.କେ ବ୍ୟୁରୋ : ଆଧୁନିକ ଭାରତର ସ୍ୱପ୍ନଦ୍ରଷ୍ଟା, ଯୁବଶକ୍ତିର ପ୍ରେରଣାସ୍ରୋତ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଝୋଲରିସ୍ଥିତ ‘ଜୟ କିସାନ ସେବା ଆଶ୍ରମ’ ପରିସରରେ ଏକ ମାନବସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଯୁବ ସମାଜସେବୀ ଦେବକାନ୍ତ ଶର୍ମା ଏବଂ ‘ମା’ ଦଣ୍ଡକାଳୀ ସେବା ସଂଘ’ ପରିବାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଶ୍ରମର ଅନ୍ତେବାସୀମାନଙ୍କୁ ଛତା ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ରାଜୀବ ଗାନ୍ଧୀଙ୍କ ଆଦର୍ଶ ଓ ସମାଜସେବା ମନୋଭାବକୁ ପାଥେୟ କରି ଯୁବବର୍ଗ ଏହିପରି ଜନକଲ୍ୟାଣକର କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ବେଶ୍ ପ୍ରଶଂସା କରାଯାଇଛି।ସମ୍ମାନିତ ଅତିଥି ଓ ସଦସ୍ୟ: ଯୁବ ସମାଜସେବୀ ଦୀପକ ଭୁଁୟା, ପ୍ରିୟାଂଶୁ ପରିଡ଼ା, କାହ୍ନୁ ଏବଂ ମା’ ଦଣ୍ଡକାଳୀ ସେବା ସଂଘର ସମସ୍ତ ସଦସ୍ୟବୃନ୍ଦ ଏହି ଅବସରରେ ଉପସ୍ଥିତ ସମସ୍ତ ଯୁବ ସମାଜସେବୀ ଓ ଅତିଥିମାନେ ସମାଜର ଅବହେଳିତ ଓ ଆବଶ୍ୟକତା ଥିବା ଲୋକଙ୍କ ସେବା କରିବା ପାଇଁ ସଂକଳ୍ପ ନେଇଥିଲେ।






