ଏ.କେ ବ୍ୟୁରୋ : କଟକ ଜିଲ୍ଲା ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଭୁକ୍ତ ଦିବାଟି ଭୋଇସାହିରେ ଲଗାଣ ବର୍ଷା ଯୋଗୁଁ ଲୋକମାନେ ପାଣି ଘେରରେ ରହି ନାହିଁ ନ ଥିବା ଅସୁବିଧା ଭୋଗ କରୁଥିଲେ , ଏହି ସମସ୍ୟା ପଚିଶି ବର୍ଷ ହେବ ଲାଗି ରହିଥିଲା । ଯେବେ ବର୍ଷା ଦିନ ଆସେ ସାହି ରେ ଥିବାମୁଖ୍ୟ ଯିବା ଆସିବା ରାସ୍ତା ସମ୍ପୂର୍ଣ ରୂପେ ନଦୀ ପାଲଟି ଯାଉଥିଲା
ପିଲା ମାନେ ପାଠ ପଢ଼ିବା ପାଇଁ ଯିବା କଷ୍ଟ ହେଉଥିଲା ସ୍ଥାନୀୟ ବିଜେପି ନେତ୍ରୀ ସୁମିତା ଦେବତା , ସରପଞ୍ଚ ରବି ନାରାୟଣ ପ୍ରଧାନ , ପ୍ରମୁଖ ବିଜୟ ସାହୁ , ଲୋକନାଥ ସୁବୁଦ୍ଧି , ଜ୍ୟୋତି ପ୍ରସାଦ ନନ୍ଦ , ନରହରି ଦେବତା , ତାପସ ଆଚାର୍ଯ୍ୟ ଅନେକ ବିଜେପି କର୍ମୀ ଏହି ସମସ୍ୟା ବିଷୟରେ ବିଧାୟକଙ୍କ ଦୃଷ୍ଟିଗୋଚର କରାଇଥିଲେ । ବିଧାୟକ ତୁରନ୍ତ ଏହାର ସମାଧାନ ପାଇଁ ପମ୍ପ ଲଗାଇ ଜଳ ନିଷ୍କାସନ ବ୍ୟବସ୍ଥା କରାଇଥିଲେ ଓ ସ୍ଥାୟୀ ସମାଧାନ ଯଥା ଶୀଘ୍ର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ଗ୍ରାମବାସୀମାନେ ବିଧାୟକ ଙ୍କର ଭୂୟସୀ ପ୍ରଶଂସା ଓ ଧନ୍ୟବାଦ କରିବା ସହିତ କର୍ମୀମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ ଙ୍କ ରିପୋର୍ଟ ଆପଣଙ୍କ ଖବର






