ଏ.କେ ବ୍ୟୁରୋ : ଦଳିଦେଲା ଦନ୍ତା, ବୃଦ୍ଧଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗପିଢ଼ ରେଞ୍ଜ ତଳରଢ଼ୁଆଁ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ନରୋତ୍ତମ ଜୁଆଙ୍ଗ । ଦୋକାନରୁ ସଉଦା କିଣି ଘରକୁ ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ବାଂଶପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବାଂଶପାଳ ଅଞ୍ଚଳରେ ୧୨ ଟିକିଆ ହାତୀପଲ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ସପ୍ତାହକ ଭିତରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତୁରନ୍ତ ହାତୀଙ୍କୁ ଘଉଡାଇବାକୁ ଦାବି କରିଛନ୍ତି ଗ୍ରାମବାସୀ ।ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ବାଂଶପାଳ ଅଞ୍ଚଳରେ ପ୍ରାୟ ୧୨ଟି ହାତୀଙ୍କୁ ନେଇ ଗଠିତ ଏକ ହାତୀପଲ ବୁଲୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀପଲ ଗାଁ ନିକଟରେ ଘୁରି ବୁଲୁଥିବାରୁ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।






