ଧର୍ମଶାଳା ଗଣ୍ଡଗୋଳକୁ ନେଇ ଜୋର ଧରିଛି ରାଜନୀତି । କାଲି ରାତିରୁ ଧାରଣାରେ ବସିଛନ୍ତି ଉଭୟ ନେତାଙ୍କ ସମର୍ଥକ । ଭୁବନେଶ୍ୱରରେ ବିଜେଡି ଓ ଯାଜପୁରରେ ବିଜେପି ଧାରଣା ଦେଇ ବସିଛି। ଏନେଇ ଜେନାପୁର ଥାନା ଘେରିଛନ୍ତି ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ । ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ ଆଗରେ ବିଜେଡି ନେତା ଧାରଣାରେ ବସିଛନ୍ତି ।ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉଭୟ ପକ୍ଷ ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଗିରଫ ହୋଇନାହନ୍ତି ସେପର୍ଯ୍ୟନ୍ତ ଅଫିସ ସାମ୍ନାରେ ଧାରଣାରେ ବସିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା । ଅନ୍ୟପଟେ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟାହତ ଅଭିଯୋଗକୁ ଏଡ଼ାଇଲେ ଆଇନ ମନ୍ତ୍ରୀ ସେ କହିଛନ୍ତି ଯେ, ଧର୍ମଶାଳା ଘଟଣାକୁ ରାଜନୀତିକରଣ କରିବା ଆବଶ୍ୟକ ନାହିଁ। ପୁଲିସ ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିଜର ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବା ପାଇଁ ଯେ କେହିବି ଆନ୍ଦୋଳନ କରିପାରନ୍ତି। ଧର୍ମଶାଳାର ପୂର୍ବତନ ବିଧାୟକ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ସେ ବାବଦରେ ପୁଲିସ ଯଥୋଚିତ କାମ କରିବ। ରାଜ୍ୟରେ ଯେଉଁଠି ଆଇନ ଶୃଙ୍ଖଳା ବ୍ୟାହତ ହେଉଛି, ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀଙ୍କୁ ଗିରଫ କରାଯାଉଛି।
ଧର୍ମଶାଳା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ‘ରାଜନୀତିକରଣ କରିବା ଆବଶ୍ୟକ ନାହିଁ






