ଦୂର ସହରରେ ରହିଲେ ବି ମନ ପଡ଼ି ରହିଛି ନିଜ ଗାଁ ମାଟିରେ। ଏହାକୁ ପ୍ରମାଣ କରି ଦେଖାଇଲେ ବ୍ରହ୍ମପୁର ଅଞ୍ଚଳର ପ୍ରବାସୀ ଯୁବକମାନେ।
ପ୍ରଥମ ଦିନରେ ଆଛୁଲି ଓ ମେଣ୍ଢାପଲ୍ଲୀ ଗ୍ରାମର ପ୍ରାୟ ୫୦୦ ବନ୍ୟା ବିପନ୍ନ ଓ ଅସହାୟ ପରିବାରଙ୍କୁ କମ୍ବଳ, ଟି-ସାର୍ଟ, ଲୁଗାପଟା, ଖାଦ୍ୟ ସାମଗ୍ରୀ ଓ କୁନି ପିଲାଙ୍କୁ ପାଠ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା।
ଦ୍ୱିତୀୟ ଦିନରେ ମଧ୍ୟ ସେବାର ଧାରା ଜାରି ରହିଲା।ମେଣ୍ଢାପଲ୍ଲୀ ଓ ହିଣ୍ଡଳପଲ୍ଲୀ ଗ୍ରାମରେ ଗରିବ ପରିବାରଙ୍କୁ ଶୀତ ପାଇଁ ୧୫୦ ଟି କମ୍ବଳ ଓ ନୂଆ ପୋଷାକ ବାଣ୍ଟିଲେ ଯୁବକମାନେ। ସେହିପରି ଆଛୁଲି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଜ୍ୟାମିତି ବକ୍ସ ଦେଇ ପାଠ ପ୍ରତି ଆଗ୍ରହ ବଢ଼ାଇଲେ। ତା ସହିତ ଶିଶୁ ମନ୍ଦିର ,ଆଦର୍ଶ ବିଦ୍ୟାଳୟ ଓ ଅନ୍ୟାନ୍ୟ ଘରୋଇ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ଜ୍ୟାମିତି ବାକ୍ସ ବଣ୍ଟନ କରିଛନ୍ତି
ବେଙ୍ଗାଲୁରୁ, ରାଉରକେଲା ଓ ପୁଣେରେ ଆଇଟି ଚାକିରି କରୁଥିବା ଶ୍ରୀ ସନ୍ତୋଷ କୁମାର ପାଢ଼ୀ, ଶ୍ରୀ ଜିତେନ୍ଦ୍ର ସ୍ୱାଇଁସିଆ ଏବଂ ଶ୍ରୀ ରାମଚନ୍ଦ୍ର ପାଢ଼ୀଙ୍କ ଆଗଭରରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
ଶ୍ରୀ ହେମନ୍ତ କୁମାର ବେହେରା, ଶ୍ରୀ କୈଳାସ ଚନ୍ଦ୍ର ବେହେରା, ଶ୍ରୀ ନୀଳକଣ୍ଠ ବେହେରା, ଶ୍ରୀ ସୁଶାନ୍ତ ବେହେରା, ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା, ଶ୍ରୀ ପ୍ରଫୁଲ୍ଲ ବେହେରା, ଶ୍ରୀ ରିଙ୍କୁ ବେହେରା, ଶ୍ରୀ ଚନ୍ଦନ ବେହେରା, ଶ୍ରୀ ଧ୍ରୁବ ବେହେରା ଙ୍କ ସମେତ ଗାଁ ଯୁବକମାନେ କାନ୍ଧକୁ କାନ୍ଧ ମିଶାଇ ସହଯୋଗ କରିଥିଲେ।
ନିଜ ମାଟିର ଦୁଃଖୀ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏମାନଙ୍କ ଏହି ନିଃସ୍ୱାର୍ଥ ପ୍ରୟାସକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି।






