ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବାଦିକତାକୁ ଚତୁର୍ଥ ସ୍ତମ୍ଭର ମାନ୍ୟତା ଦିଆଯାଇଛି। ସମାଜର ଅବହେଳିତ ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବା ଏବଂ ସତ୍ୟକୁ ଲୋକଲୋଚନକୁ ଆଣିବା ହେଉଛି ଜଣେ ସାମ୍ବାଦିକର ପ୍ରକୃତ କର୍ତ୍ତବ୍ୟ। କିନ୍ତୁ ବର୍ତ୍ତମାନ ସମୟରେ ସାମ୍ବାଦିକତା କ୍ଷେତ୍ରରେ ନୈତିକତାର ଘୋର ଅଭାବ ଦେଖାଯାଉଛି। କଲମର ଶକ୍ତିକୁ ସମାଜ ସେବାରେ ଲଗାଇବା ପରିବର୍ତ୍ତେ କିଛି ଅସାଧୁ ବ୍ୟକ୍ତି ଏହାକୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଓ ଅର୍ଥ ରୋଜଗାରର ମାଧ୍ୟମ ବନାଇ ସାରିଲେଣି। ବିନା ଯୋଗ୍ୟତାରେ ଯେକେହି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଏହି ପବିତ୍ର ପେସାର ଗାରିମା ନଷ୍ଟ କରୁଛନ୍ତି। ଏହା କେବଳ ସାମ୍ବାଦିକତା ଜଗତ ପାଇଁ ନୁହେଁ, ବରଂ ସମଗ୍ର ଗଣତନ୍ତ୍ର ପାଇଁ ଏକ ଚିନ୍ତାର ବିଷୟ।
- ଦୀପକ କୁମାର ସାହୁ
(ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ, ଦ୍ୱିତୀୟ ବର୍ଷର ଛାତ୍ର)






