ଏ.କେ ବ୍ୟୁରୋ : ଧର୍ମଶାଳା ବ୍ଲକ ପ୍ରଶାସନ ତରଫରୁ ସାଧାରଣ ଜନସାଧାରଣ, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଏକ ବିଶେଷ ମାଗଣା ଆଧାର କ୍ୟାମ୍ପ ଅନୁଷ୍ଠିତ ହେଉଛି। ଏହି କ୍ୟାମ୍ପ ଗତ ୧୯/୦୯/୨୦୨୬ ରୁ ଆରମ୍ଭ ହୋଇ ଆସନ୍ତା ୦୧/୧୦/୨୦୨୬ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଚାଲିବ ।

ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ନୂତନ ଆଧାର କାର୍ଡ ନାମଲେଖା (New Aadhaar Enrolment), ଏବଂ ବାଧ୍ୟ ତା ମୂଳକ ବାୟୋମେଟ୍ରିକ ଅପଡେଟ ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ନିକଟରେ ସେବା ପହଞ୍ଚାଇବା ପାଇଁ ବ୍ଲକର ବିଭିନ୍ନ ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ କ୍ୟାମ୍ପ ସ୍ଥଳ ଭାବେ ଚିହ୍ନଟ କରାଯାଇଛି। କ୍ୟାମ୍ପ ଅନୁଷ୍ଠିତ ହେଉଥିବା ପ୍ରମୁଖ ବିଦ୍ୟାଳୟ ସମୂହ: ଜେନାପୁର ଉଚ୍ଚ ବିଦ୍ୟାଳୟ ,ଲଵ ଉଚ୍ଚ ବିଦ୍ୟାଳୟ , ଧର୍ମଶାଳା ପଞ୍ଚାୟତ ସ୍କୁଲ , ବଳଦେବ ସରକାରୀ ସ୍କୁଲ , ମଧୁପୁର ଗଡ଼ ହାଇସ୍କୁଲ , ଆରୁହାଁ ଉଚ୍ଚ ବିଦ୍ୟାଳୟ , ଉଦୟନଗର ଉଚ୍ଚ ବିଦ୍ୟାଳୟ , ସ୍ୱପ୍ନେଶ୍ୱର ଉଚ୍ଚ ବିଦ୍ୟାଳୟ , ମଧୁସୂଦନପୁର ପ୍ରାଇମେରୀ ସ୍କୁଲ , ଜାରକା ହାଇସ୍କୁଲ , ଅମୃତମଣୋହି ଉଚ୍ଚ ବିଦ୍ୟାଳୟ , ବାଘୁଆ ବ୍ରାହ୍ମଣୀଦେବୀ ଉଚ୍ଚ ବିଦ୍ୟାଳୟ , ଶ୍ୟାମସୁନ୍ଦରପୁର ଉଚ୍ଚ ବିଦ୍ୟାଳୟ , ନୀଳାସୁନ୍ଦର ଉଚ୍ଚ ବିଦ୍ୟାଳୟ , ମୋହନପୁର UGME ସ୍କୁଲ , ଧବଳଇ ଉଚ୍ଚ ବିଦ୍ୟାଳୟ , ମଧୁକେଶ୍ୱର ଉଚ୍ଚ ବିଦ୍ୟାଳୟ , ବଳରାମପୁର ଉଚ୍ଚ ବିଦ୍ୟାଳୟ , ମା’ ସିନ୍ଦୂରୀ ଉଚ୍ଚ ବିଦ୍ୟାଳୟ (ସମେତ ଅଞ୍ଚଳର ଅନ୍ୟାନ୍ୟ ବିଦ୍ୟାଳୟ) ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଧିବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ନିଜର ଆବଶ୍ୟକୀୟ କାଗଜପତ୍ର (ଜନ୍ମ ପ୍ରମାଣପତ୍ର, ପରିଚୟ ପତ୍ର, ପୁରୁଣା ଆଧାର ନମ୍ବର ଓ ମୋବାଇଲ ନମ୍ବର) ସହିତ ନିକଟସ୍ଥ ବିଦ୍ୟାଳୟ କ୍ୟାମ୍ପରେ ପହଞ୍ଚି ଏହି ମାଗଣା ସେବାର ସମ୍ପୂର୍ଣ୍ଣ ସୁଯୋଗ ନେବାକୁ ନିବେଦନ କରାଯାଇଛି।






