ଅନୁଗୋଳ,ତା ୮-୮-୨୬( ଶ୍ୟାମଘନ ନାଏକ ) : ଲଗାଣ ବର୍ଷାରେ ବେହାଲ ହେଉଛି ସାରା ଓଡ଼ିଶା । ଅନୁଗୋଳ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତି ଗ୍ରାମପଞ୍ଚାୟତ ଅଞ୍ଚଳରେ ନବନିର୍ମିତ ୫୫ ନମ୍ବ ନମ୍ବର ଜାତୀୟ ରାଜପଥରେ ଲଗାଣ ବର୍ଷା ପ୍ରଭାବରେ ବିଶାଳ ଜଳାଶୟ ସୃଷ୍ଟି ହୋଇଛି ।

ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଭରି ରହିଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେଉଛି । ଏହି ଜଳାଶୟ ଭିତରେ ରାସ୍ତାର ଅବସ୍ଥା । ଦୃ ଶ୍ୟମାନ ହେଉନଥିବାରୁ ଦୁଇଚକିଆ ଓ ଯାନ ଚାରି ଚକି ଆ ଚାଳକମାନେ ଜୀବନକୁ ବାଜି ଲଗାଇ ରାସ୍ତା ଅତି କ୍ର ମ କରୁ ଛନ୍ତି । ସାମାନ୍ୟ ଅସାବଧାନତା ବଡ଼ ଧରଣର ଦୁର୍ଘଟଣାର କାରଣ ପାଲଟିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନି ଛନ୍ତି ।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ନିମ୍ନମାନର ନିର୍ମାଣ କାର୍ଯ୍ୟ ଠିକ୍ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି ।
ଜାତୀୟ ରାଜପଥ ନିର୍ମାଣକାରୀ ଅଧିକାରୀମାନେ ଘଟଣାର ତଦନ୍ତ କରୁଥିବା କହୁଥୁଳେ ହୁଥିଲେ ମଧ୍ୟ ଏହା କେବଳ ଲୋକ ଦେଖାଣିଆ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସେମାନେ ତୁରନ୍ତ ରାସ୍ତାର ମରାମତି ସହ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ନବନିର୍ମିତ ଜାତୀୟ ରାଜପଥରେ ଏଭଳି ପରିସ୍ଥିତି ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବର୍ତ୍ତମାନ ଦେଖୁବାକୁ ବାକି ରହିଲା, ସମ୍ପୃକ୍ତ ବିଭାଗ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ସ କରୁଛି ।






