ଏ.କେ ବ୍ୟୁରୋ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଝଟ୍କା ଲାଗିଛି । ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଏହି ସିରିଜରୁ ବାଦ୍ ପଡ଼ିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ଫିଟ୍ ହୋଇପାରିନଥିବାରୁ ବିସିସିଆଇ ତାଙ୍କୁ ଦଳରୁ ବାଦ୍ ଦେଇଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବର୍ତ୍ତମାନ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି । ଏହା ପରେ ଦୁଇ ଦଳ ମଧ୍ୟରେ ଦିନିକିଆ ସିରିଜ୍ ଆୟୋଜିତ ହେବ ।
ପ୍ରସିଦ୍ଧ କୃଷ୍ଣାଙ୍କ ବ୍ୟତୀତ ମହମ୍ମଦ ସିରାଜ ଓ ନୀତୀଶ କୁମାର ରେଡ୍ଡୀଙ୍କୁ ନେଇ ମଧ୍ୟ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମହମ୍ମଦ ସିରାଜ ଅକ୍ଟୋବର ୩୧ରୁ ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ୪ ଦିନିଆ ମ୍ୟାଚ୍ ପାଇଁ ଭାରତ ‘ଏ’ ଦଳରେ ଯୋଗଦେବେ । ନୀତୀଶ କୁମାର ରେଡ୍ଡୀଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଏହି ମ୍ୟାଚ୍ ପରେ ସେ ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ତୃତୀୟ ତଥା ଶେଷ ୪ ଦିନିଆ ମ୍ୟାଚ୍ ପାଇଁ ଭାରତ ‘ଏ’ ଦଳରେ ଯୋଗ ଦେବେ । ପ୍ରସିଦ୍ଧ କୃଷ୍ଣାଙ୍କ ଅନୁପସ୍ଥିତି ଭାରତୀୟ ଦଳର ବୋଲିଂ ବିଭାଗ ଉପରେ ପ୍ରଭାବ ପକାଇପାରେ ।
୩ଟି ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ୍ : ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆର ( ଉପଅଧିନାୟକ), କେଏଲ ରାହୁଲ (ୱିକେଟ କିପର), ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କମ୍ବୋଜ, ଗୁରନୁର ବ୍ରାର୍, ଋତୁରାଜ ଗାୟକୱାଡ, ଅର୍ଶଦୀପ ସିଂହ, ଈଶାନ କିଶନ(ୱିକେଟ କିପର), ମହମ୍ମଦ ସିରାଜ, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ । ୪ର୍ଥଓ ୫ମ ଦିନିକିଆ ମ୍ୟାଚ୍ ପାଇଁ ଭାରତୀୟ ଟିମ୍ : ଶ୍ରେୟସ ଆୟର(ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଲକ ଶର୍ମା, ଈଶାନ କିଶନ(ଉପଅଧିନାକ ଓ ୱିକେଟକିପର), ଅକ୍ଷର ପଟେଲ,ନମନ ଧୀର, ଆକିବ ନବୀ, ଗୁରନୁର ବ୍ରାର୍, ଋତୁରାଜ ଗାୟକୱାଡ, ଅର୍ଶଦୀପ ସିଂହ,କୁମର କୁଶାଗ୍ରେ, ମହମ୍ମଦ ସିରାଜ, ୟଶ ଠାକୁର ଏବଂ କୁଲଦୀପ ଯାଦବ ।






