ବଅଁରପାଳ, ୮/୭/୨୬: ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ୨୦୦୬ ମସିହାରେ ବରିଷ୍ଠ ଶିକ୍ଷାବିତ୍ ନରେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ ପ୍ରତିଷ୍ଠା ହୋଇଥିଲା। ବଅଁରପାଳ ସ୍ଥିତ ଏହି ଜଗନ୍ନାଥ ମନ୍ଦିରରେ ୨୦୧୨ ମସିହାରୁ ଘୋଷଯାତ୍ରା ଅନୁଷ୍ଠିତ ହେଉଛି।
ହଜାର ହଜାର ଭକ୍ତଙ୍କ ସମାଗମ, ଘଣ୍ଟ, ଶଙ୍ଖ, ହରିବୋଲ ଓ ହୁଳହୁଳି ଧ୍ବନିରେ ତିନି ରଥର ବିରାଜନ୍ତି ତିନି ଠାକୁରା ଘୋଷଯାତ୍ରା ଉପଲକ୍ଷେ, ପ୍ରଭାତରୁ ମନ୍ଦିରରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି, ସ୍ନାନ, ବେଶ, ପୂଜାର୍ଚ୍ଚନା, ବାଳଭୋଗ ଓ ଅନ୍ୟାନ୍ୟ ନୀତିକାନ୍ତି ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇଥାଏ। ଏହାପରେ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି ବିଜେ କରି ରଥାରୂଢ଼ କରାଯାଏ ।
ଭକ୍ତମାନେ ତିନି ରଥକୁ ମାଉସୀ ମା’ ଘରକୁ ଟାଣି ନିଅନ୍ତି | ଗତ ବର୍ଷ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥିଲେ। ଏହା ରଥଯାତ୍ରାର ବିଶେଷ ଆକର୍ଷଣ ସାଜିବା ସହ ନାରୀଶକ୍ତି ଓ ସମ୍ମାନର ବାର୍ତ୍ତା ପହଞ୍ଚାଇଥିଲା। ସନ୍ଧ୍ୟାରେ ତିନି ରଥ ବଅଁରପାଳ କଲେଜ ପାଖରେ ଥିବା ମାଉସୀ ମା’ ଘରେ ପହଞ୍ଚିବା ପରେ ରଥ ଉପରେ ବିରାଜିତ ତିନି ଠାକୁରଙ୍କ ଠାରେ ଭୋଗଲାଗି ହୋଇଥାଏ |

ସନ୍ଧ୍ୟା ସମୟରେ ମନ୍ଦିର ପରିସର ଭଜନ, କୀର୍ତ୍ତନ ଓ ହରିନାମ ସଂକୀର୍ତ୍ତନରେ ଗୁଞ୍ଜରିତ ହୋଇଥାଏ। ଘୋଷଯାତ୍ରାର ନୀତିକାନ୍ତି ସହ ପ୍ରତିଦିନ ସକାଳ ଭୋଗ, ମଧ୍ୟାହ୍ନରେ ମହାପ୍ରଭୁଙ୍କ ଅନ୍ନଭୋଗ ନୀତିନିୟମ ଅନୁସାରେ ସମ୍ପନ୍ନ ହୋଇଥାଏ। ଭକ୍ତଙ୍କ ପାଇଁ ପ୍ରତିଦିନ ଅନ୍ନପ୍ରସାଦ ବ୍ୟବସ୍ଥା ରହିଥାଏ। ମନ୍ଦିର ପରିସରରେ ବିବାହ, ବ୍ରତଘର, ଜନ୍ମଦିନ ଓ ଅନ୍ୟାନ୍ୟ ଶୁଭ କାର୍ଯ୍ୟ ଆୟୋଜନ ପାଇଁ ମନ୍ଦିର କମିଟି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଏ |

ମନ୍ଦିର ପରିଚାଳନାରେ ମୁଖ୍ୟ ଉପଦେଷ୍ଟା ଭାବେ ଶ୍ରୀ ସାହୁଙ୍କ ସହ ନିର୍ମଳ କୁମାର ଗଡ଼ନାୟକ ଏବଂ ମନ୍ଦିର କର୍ଷାଭାବେ ସତ୍ୟବାନ ବରାହ, ନିର୍ମଳ କୁମାର ଗଡ଼ନାୟକ, ସତ୍ୟବାନ ବରାହ, ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସଭାପତି ତଥା ପ୍ରାକ୍ତନ ବିଧାୟକ ରଜନୀକାନ୍ତ ସିଂହ, ଉପସଭାପତି ପିତାମ୍ବର ସାହୁ ଓ ସୁଧୀର କୁମାର ବରାହ, ସମ୍ପାଦକ ଅଲେଖ ଚନ୍ଦ୍ର ଦାସ,
ସହ ସମ୍ପାଦକ ଶୁଭେନ୍ଦୁ କୁମାର ବେଉରା ଓ ହେମନ୍ତ ସାହୁ, କୋଷାଧ୍ୟକ୍ଷ ଉପେନ୍ଦ୍ର କୁମାର ସାମଲ, ସହ କୋଷାଧ୍ୟକ୍ଷ ବିପ୍ରଚରଣ ଜେନାଙ୍କ ସମେତ କମିଟି ସଦସ୍ୟ ପ୍ରଦୀପ୍ତ କୁମାର ମାଝୀ, ଭରତ ଚନ୍ଦ୍ର ମାଝୀ, ସୁବାସ ପଟ୍ଟନାୟକ, ରଶ୍ମିରଞ୍ଜନ ବରାହ, ପ୍ରତ୍ୟୁଷ ରଞ୍ଜନ ପଣ୍ଡା ଓ ସତ୍ୟବାନ ସାହୁ, ଗୌତମ ସାହୁ, ଶ୍ରୀମୁଖ ଭୂତିଆ, ଉପେନ୍ଦ୍ର କୁମାର ସାହୁ, ରବିନାରାୟଣ ବେହେରା, ନିମେଇଁ ସାମଲ, ପ୍ରେମାନନ୍ଦ ପ୍ରଧାନ, ଚେମୁଟୁ ସାହୁ, ବଳିଆ ସାମଲ, ଅଭୟ ଭୂତିଆ, ଗଗନ ବିହାରୀ ମହାଳିକ, ସରପଞ୍ଚ ମଞ୍ଜୁ ବରାହ ପ୍ରମୁଖ ସେବା ଯୋଗାଇ ଆସୁଛନ୍ତି। ଆଧ୍ୟାତ୍ମିକ ଚେତନା, ମାନବସେବା ଏବଂ ସାମାଜିକ ସଦ୍ଭାବର ଅନନ୍ୟ ସମନ୍ବୟ ପାଇଁ ବଅଁରପାଳ ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର






