AK କୋଲାବ ଜଳଭଣ୍ଡାରର ବଳକା ପାଣିକୁ ଅଟକାଇ ଚାଷୀଙ୍କ ଜମିକୁ ମଡ଼ାଇବା ପାଇଁ ୨୦୦୯ରେ ଆରମ୍ଭ ହୋଇଥିଲା ଜଗମଗୁଡ଼ା ପ୍ରକଳ୍ପ । ଏଥିପାଇଁ ଖର୍ଚ୍ଚ ହୋଇଥିଲା ପାଖାପାଖି ୭ କୋଟି ଟଙ୍କା । କିନ୍ତୁ ବୈଷୟିକ ତ୍ରୁଟି ଆଉ ଅନିୟମିତତା ପାଇଁ ୧୫ ବର୍ଷ ପରେ ବି କେନାଲ ପାଣି ୨୦୦ ମିଟର ଅତିକ୍ରମ କରିପାରୁନାହିଁ । ତାତି ବଢ଼ୁଛି, ହେଲେ ଚାଷୀଙ୍କ ପାଇଁ ପାଣି ନାହିଁ । କୋରାପୁଟ ଜିଲ୍ଲାରେ ସରକାରୀ ଅର୍ଥର କିଭଳି ବାଟମାରଣା ହୁଏ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି ‘ଜଗମଗୁଡ଼ା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ’ ।

କୋଲାବ ଜଳଭଣ୍ଡାରର ବଳକା ପାଣିକୁ ଅଟକାଇ ଚାଷୀଙ୍କ ଜମିକୁ ମଡ଼ାଇବା ପାଇଁ ୨୦୦୯ରେ ଆରମ୍ଭ ହୋଇଥିଲା ଜଗମଗୁଡ଼ା ପ୍ରକଳ୍ପ । ଏଥିପାଇଁ ଖର୍ଚ୍ଚ ହୋଇଥିଲା ପାଖାପାଖି ୭ କୋଟି ଟଙ୍କା । କିନ୍ତୁ ବୈଷୟିକ ତ୍ରୁଟି ଆଉ ଅନିୟମିତତା ପାଇଁ ୧୫ ବର୍ଷ ପରେ ବି କେନାଲ ପାଣି ୨୦୦ ମିଟର ଅତିକ୍ରମ କରିପାରୁନାହିଁ । ରବି ଚାଷ ତ ଦୂରର କଥା, ଖରିଫ୍ରେ ବି ଚାଷୀ ଏବେ ଆକାଶକୁ ଚାହିଁ ବସିଛନ୍ତି । କୋରାପୁଟ ବ୍ଳକ ବାଘରାଗୁଡ଼ା ନିକଟ କରାଡ଼ିୁଡ଼ା ନାଳ ଉପରେ ଜଳ ସେଚନ ବିଭାଗ ଦ୍ୱାରା ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ୨୦୧୧ରେ ୬୩.୬୭ ହେକ୍ଟର ବିଶିଷ୍ଟ ଏହାର ଉଦ୍ଘାଟନ କରାଯାଇଥିଲା । ଲକ୍ଷ୍ୟ ଥିଲା ଖରିଫ୍ ଋତୁରେ ୫୭୬ ହେକ୍ଟର ଓ ରବି ଋତୁରେ ୩୧୪ ହେକ୍ଟର ଜମିକୁ ଜଳ ମାଡ଼ିବ । ୧୩ କିଲୋମିଟରର ମୁଖ୍ୟ କେନାଲ ସାଙ୍ଗକୁ ୪୦ କିଲୋମିଟର ବିଭିନ୍ନ ଶାଖା କେନାଲ୍ର ରହିବ । କିନ୍ତୁ ଆଜି ସବୁକିଛି ମାଟିରେ ମିଶିବାକୁ ବସିଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଚୁପ୍ ରହୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଏବେ ତଦନ୍ତର ପ୍ରତିଶ୍ରୁତି ଦେଇଛନ୍ତି । ଦୂରଦୃଷ୍ଟିର ଅଭାବ ନା ପକେଟ୍ ଗରମ କରିବାର ନିଶା ? ସରକାରୀ ଟଙ୍କା ଅପଚୟ ପଛର କାରଣ କ’ଣ ? କାହା ସ୍ୱାର୍ଥରେ ଖର୍ଚ୍ଚ ହେଲା ୭ କୋଟି ଟଙ୍କା ? ଏବେ ଏହା ଚାଷୀଙ୍କ ପାଇଁ ବଡ଼ ପ୍ରଶ୍ନବାଚୀ ।






