ଗଞ୍ଜାମ ଜିଲ୍ଳା ବୁଗୁଡ଼ା ପିପୁଲସ୍ କଲେଜ୍ ରେ ୮୦ ତମ ସ୍ୱାଧୀନତା ଦିବସ ଆନନ୍ଦ ଓ ଉଲ୍ଲାସ ର ସହ ପାଳିତ ହୋଇଯାଇଛି।
୦୮:୪୫ ମିନଟ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଭଗବାନ ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପରେ ପ୍ୟାରେଡ୍ ପରିଦର୍ଶନ କରିଥିଲେ ଏହା ପରେ ମହାବିଦ୍ୟାଳୟ ର ଏନ୍ ସି ସି, ସ୍କାଉଟ୍ ଏଣ୍ଡ ଗାଇଡ଼୍, ଯୁବ ରେଡ କ୍ରସ୍, ଏନ୍ ଏସ୍ ଏସ୍, ଏବଂ ସ୍ପୋର୍ଟ୍ସ ୱିଙ୍ଗ୍ ଦ୍ୱାରା ମାର୍ଚ୍ଚ ପ୍ରାଟିସ୍ କରାଯାଇଥିଲା

ଏହା ପରେ ଅଧ୍ୟକ୍ଷ ଶ୍ରୀ ଶତପଥୀ ଅଭିଭାଷଣ ରଖିଥିଲେ ଦେଶ ର ସ୍ୱାଧୀନତା ସଂଗ୍ରାମ ରେ ନିଜ ଜୀବନ କୁ ଉତ୍ସର୍ଗୀକୃତ କରିଥବା ସେହି ମହାପୁରୁଷ ମାନଙ୍କର ସ୍ମୃତି ଚାରଣ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ କଲେଜ୍ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ପରିଶେଷ ରେ ଅର୍ଥ ନିତୀ ବିଭାଗ ର ଅଧ୍ୟାପକ ଶ୍ରୀ ଶଙ୍କର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ
ବୁଗୁଡ଼ା ରୁ ଆଶିଷ କୁମାର ଖାଡ଼ଙ୍ଗା ଙ୍କ ରିପୋର୍ଟ ଆପଣଙ୍କ ଖବର ।






