ଏ.କେ ବ୍ୟୁରୋ : ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ପି.ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ପୋଷାକ ଓ ଜୋତା ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରା ଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟୁନାଗୌଡ ଓ ଅନ୍ଯାନ୍ଯ ସଦସ୍ଯ ଯୋଗଦେଇ ପୋଷାକ ବିତରଣ କରିବାସହ ଶିକ୍ଷାର ମହତ୍ତ୍ୱ ଓ ବିଦ୍ୟାଳୟରେ ନିୟମିତ ଉପସ୍ଥାନ ଉପରେ ଗୁରୁତ୍ୱ ଦେଇଥିଲେ। ସରକାରଙ୍କ ଏହି ଯୋଜନା ଦ୍ୱାରା ଆର୍ଥିକ ଭାବେ ଦୁର୍ବଳ ପରିବାରର ଛାତ୍ରଛାତ୍ରୀମାନେ ଉପକୃତ ହେଉଥିବା କଥା ବକ୍ତାମାନେ ପ୍ରକାଶ କରିଥିଲେ।ପୋଷାକ ପାଇବା ପରେ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଥିଲେ ଏବଂ ଶିକ୍ଷା ପ୍ରତି ଅଧିକ ଆଗ୍ରହୀ ହୋଇ ନିୟମିତ ଭାବେ ବିଦ୍ୟାଳୟକୁ ଆସିବାକୁ ସଂକଳ୍ପ ନେଇଥିଲେ। ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗଦେଇ କାର୍ଯକ୍ରମରେ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ଜିତେନ୍ଦ୍ରିୟ ଗୌଡ଼ ଧନ୍ଯବାଦ ଅର୍ପଣ କରିଥିଲେ
ରିପୋର୍ଟର: ଆଶିଷ କୁମାର ଖାଡ଼ଙ୍ଗା






