ଏ.କେ ବ୍ୟୁରୋ : ପ୍ରେମିକା ଘର ଆଗରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର । ପେଟ୍ରୋଲ ଢାଳି ଜାଳିଦେବା ଅଭିଯୋଗ । ଏହି ଘଟଣା ପରେ ଦେବଗଡ଼ ରିଆମାଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରେମିକା ଘର ଆଗରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର । ପେଟ୍ରୋଲ ଢାଳି ଜାଳିଦେବା ଅଭିଯୋଗ ।

ଏହି ଘଟଣା ପରେ ଦେବଗଡ଼ ରିଆମାଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ପ୍ରେମିକାଙ୍କ ଘର ଆଗରୁ ଜଣେ ଯୁବକଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୃତ ଯୁବକ ହେଲେ ବାବରାକୋଟ ଗାଁର ୨୮ ବର୍ଷୀୟ ସିଲୁ ରାୟ । ତାଙ୍କୁ ପେଟ୍ରୋଲ ଢାଳି ଜାଳିଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ରିଆମାଳ ଗାଁରେ ପ୍ରେମିକାଙ୍କ ଘର ନିକଟରୁ ସିଲୁ ରାୟଙ୍କ ମୃତଦେହ ମିଳିଥିଲା । ତେବେ ଏହି ଅଭିଯୋଗର ସତ୍ୟତା ନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଘଟଣାକୁ ନେଇ ପୋଲିସ ପ୍ରେମିକାଙ୍କ ସମେତ ପରିବାରର ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।






