ତରଭା,: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ତୁଲୁଣ୍ଡା ଗ୍ରାମ ପଞ୍ଚାୟତର ଫଳସାପଦର୍ ଗ୍ରାମବାସୀ ଆଜି ପିଇବା ପାଣି ସମସ୍ୟାକୁ ନେଇ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଗ୍ରାମର ଟ୍ରାନ୍ସଫର୍ମର ପୋଡ଼ିଯିବା ଫଳରେ ଗତ ୧୫ ଦିନ ହେବ ପାଣି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରି କ୍ଷୁବ୍ଧ ଗ୍ରାମବାସୀ ସକାଳୁ ରାସ୍ତାକୁ ଅବରୋଧ କରିଥିଲେ।
ପାଖ ପୋଖରୀରେ ପାଣି କମ୍ ଥିବାରୁ ଗାଈ-ଗୋରୁ ଆଦି ପଶୁ କାଦୁଆ ପାଣି ପିଇ ରୋଗାଗ୍ରସ୍ତ ହେଉଛନ୍ତି। ସେହିପରି ଗ୍ରାମ ନିକଟରେ ଥିବା ସ୍କୁଲ ପାଖ ଦେଇ ମୁଖ୍ୟ ରାସ୍ତା ଯାଇଥିବାରୁ ଛାତ୍ରଛାତ୍ରୀଙ୍କ ଯିବାଆସିବାରେ ଅସୁବିଧା ହେଉଥିଲା

ସ୍କୁଲ ପରିସର ପାଖରେ ମଦ ବିକ୍ରି ହେଉଥିବାରୁ ପ୍ରାୟତଃ ଦୁର୍ଘଟନା ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ସେହିଦିନ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ପବ୍ଲିକ୍ ଗ୍ରୀଭାନ୍ସ ଶୁଣାଣି ପରେ ଜିଲ୍ଲାପାଳ ଶ୍ରୀ ନୂପରାଜ ସାହୁ ସ୍ଥାନ ପରିଦର୍ଶନରେ ପହଞ୍ଚିଥିଲେ। ଗ୍ରାମବାସୀ ତାଙ୍କ ଆଗରେ ସମସ୍ତ ସମସ୍ୟା ଉପସ୍ଥାପନ କରିଥିଲେ।
ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣି ଶୀଘ୍ର ଟ୍ରାନ୍ସଫର୍ମର ମରାମତି ଓ ପାଣି ଯୋଗାଣ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆଶ୍ୱାସନା ଦେବା ପରେ ଗ୍ରାମବାସୀ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ।
ଏବେ ଜିଲ୍ଲା ପ୍ରଶାସନ କେତେ ଶୀଘ୍ର କାର୍ଯ୍ୟ କରେ ତାହା ଉପରେ ଗ୍ରାମବାସୀ ଦେଖିବାକୁ ବାକି ରହିଲା ।
ତରଭା ବ୍ଲକ୍ ରୁ ଶଶି ଭୂଷଣ ବଗର୍ତ୍ତୀଙ୍କ ରିପୋର୍ଟ ଆପଣଙ୍କ ଖବର l






