ଏ.କେ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ ଭାରତର ବିଶାଳ ସ୍କୋର । ୪୯ ବଲରେ ବିସ୍ଫୋରକ ଶତକ ମାରିଛନ୍ତି ଶେଫାଳି ବର୍ମା । ୨୦୨୬ ଏସିଆନ୍ ଗେମ୍ସ ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟରେ ଟି-୨୦ ମ୍ୟାଚ୍ ଚାଲିଛି । ଶେଫାଳି ବର୍ମାଙ୍କ ବିସ୍ଫୋରକ ଶତକ । ବାଂଲାଦେଶ ବିପକ୍ଷରେ ଭାରତର ବିଶାଳ ସ୍କୋର ।
୪୯ ବଲରେ ବିସ୍ଫୋରକ ଶତକ ମାରିଛନ୍ତି ଶେଫାଳି ବର୍ମା । ୨୦୨୬ ଏସିଆନ୍ ଗେମ୍ସ ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟରେ ଟି-୨୦ ମ୍ୟାଚ୍ ଚାଲିଛି ।
ଭାରତ ମହିଳା ଦଳ ୨୦ ଓଭରରେ ୧୯୫ ରନ କରିଛି । ଶେଫାଳିଙ୍କ ଏହି ଶତକରେ ୯ଟି ଛକା ଓ ୩ଟି ଚଉକା ସାମିଲ । ଜବାବରେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ୪୯ ରନରେ ୫ଟି ୱିକେଟ ହରାଇଛି ବାଂଲାଦେଶ । ସେହିଭଳି ସ୍ମୃତି ମନ୍ଧାନା ୧୯ ବଲ୍ ରେ ୩୭ ରନ୍ ସଂଗ୍ରହ କରିବା ସହ ମହିଳା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ରେ ସର୍ବାଧିକ ରନ୍ କରି ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ହରମନପ୍ରୀତ କୌର ଦଳ ପାଇଁ ୩୩ ବଲ୍ ରେ ୪୦ ରନ୍ ର ଯୋଗଦାନ ଦେଇଛନ୍ତି ।






