ବୁଗୁଡା ୧୪/୦୬(ଆଶିଷ କୁମାର ଖାଡଙ୍ଗା) ଗଂଜାମ ଜିଲ୍ଲା ବୁଗୁଡା ବାଲିପଦର ମୁଖ୍ଯ ସଡକ (ରାଜ୍ୟ ରାଜପଥ..୩୩) ଏକଡାଳ ଛକ ନିକଟରେ ଶନିବାର ସକାଳେ ଜଣେ ଯୁବକ ଙ୍କ ବାଇକ୍ ଜଣେ ଛାତ୍ରୀ ଙ୍କୁ ଧକ୍କା ଦେଇ ଦୂର୍ଘଟଣା ଗ୍ରସ୍ତ ହେବାରୁ ଚାଳକ ଜଣକ ଗୁରୁତ୍ତର ହୋଇଛନ୍ତି ।ଗୁରୁତର ଯୁବକ ଜଣକ ହେଲେ ମାଣିକପୁର ଗ୍ରାମ ର ଟୁକୁନା ନାଇକ(୩୮) ।
ସୂଚନା ମୂତାବକ ଛାତ୍ରୀ ଜଣକ ଘରକୁ ପାଣି ନେଉଥିବା ସମୟେରେ ଟୁକୁନା ଙ୍କ ବାଇକ୍ ନଂ- (OR- 07 S- 0242)ଦ୍ରୁତ ଗତି ରେ ଆସି ପଛରୁ ଛତ୍ରୀ ଙ୍କୁ ଧକ୍କା ଦେଇଥିଲା । ଫଳରେ ଛାତ୍ରୀ ଜଣକ ରାସ୍ତା କଡରେ ଥିବା ଏକ ବାଲି ଗଦା କୁ ଫୋପାଡି ହୋଇପଡିଥିଲେ ଏବଂ ଟୁକୁନା ରାସ୍ତା ରେ ରାସ୍ତା ଉପରେ କଚାଡି ହୋଇ ଗୁରୁତର ହୋଇଥିଲେ। ଖବର ପାଇ ଘଟଣା ସ୍ଥଳ ରେ ବାଲିପଦର ପୋଲିସ୍ ପହଞ୍ଚି ଉଭୟ ଙ୍କୁ ପ୍ରଥମେ ବୁଗୁଡା ମେଡିକାଲ ରେ ଭର୍ତ୍ତି କରିଥିଲା ।
ଦୁର୍ଘଟଣା ରେ ଛାତ୍ରୀ ଙ୍କ ର ଡାହାଣ ହାତ ଓ ଅଣ୍ଟା ରେ ଆଘାତ ଲାଗିଥିବା ବେଳେ ଚାଳକ ଙ୍କ ମୁଣ୍ଡ ଓ ମୁହଁ ରେ ଗଭୀର ଆଘାତ ଲାଗିଥିଲା ଉଭୟ ଙ୍କୁ ବୁଗୁଡା ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଟୁକୁନା ଙ୍କ ଅବସ୍ଥା ଗୁରୁତର ଥିବା କାରଣ ରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି






