ଏ.କେ ବ୍ୟୁରୋ : ପାଣିକୋଇଲି ଛକରୁ ୧୧ ବର୍ଷର ନାବାଳକକୁ ଉଦ୍ଧାର କରିଛି ପାଣିକୋଇଲି ପୋଲିସ୍ । ନାବାଳକ କୁ ଆଣି ଥାନା ରେ ପଚରା ଉଚରା କରୁଛି । ନାବାଳକ ଜଣକ ବାଟ ଭୁଲି ବସ୍ ଯୋଗେ ଚାଲିଆସିଥିବା ବେଳେ ପାଣିକୋଇଲି ଛକ ରୁ ପୋଲିସ୍ ଉଦ୍ଧାର କରିଥିବା ଜଣାପଡ଼ିଛି । ପାଣିକୋଇଲି ଛକରୁ ୧୧ ବର୍ଷର ନାବାଳକକୁ ଉଦ୍ଧାର କରିଛି ପାଣିକୋଇଲି ପୋଲିସ୍ ।

ନାବାଳକ କୁ ଆଣି ଥାନା ରେ ପଚରା ଉଚରା କରୁଛି । ନାବାଳକ ଜଣକ ବାଟ ଭୁଲି ବସ୍ ଯୋଗେ ଚାଲିଆସିଥିବା ବେଳେ ପାଣିକୋଇଲି ଛକ ରୁ ପୋଲିସ୍ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ନାବାଳକ ଜଣକ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଖଇଆଳ ଗାଁ ର ସିଦ୍ଧୁ ଟୁଡୁ ଙ୍କ ପୁଅ ସୁରଜ ଟୁଡୁ ବୋଲି ଜଣାପଡ଼ିଛି । ଛୋଟ ପିଲାଟି କେଉଁ ପରିସ୍ଥିତିରେ କାହାସହ ଏଠାକୁ ଆସିଲା, ସେ ବିଷୟରେ ପିଲାଟି କହିବାକୁ ଅସମର୍ଥ ଥିବାବେଳେ ପାଣିକୋଇଲି ପୋଲିସ୍ ସୂରଜକୁ ଉଦ୍ଧାର କରି ଯାଜପୁର ବାଳାଶ୍ରମକୁ ପଠାଇଦେଇଥିବା ସୂଚନା ଦେଇଛନ୍ତି ପାଣିକୋଇଲି ଥାନା ଅଧିକାରୀ । ଯଦି କେହି ସହୃଦୟ ବ୍ୟକ୍ତି ଏହି ଛୋଟ ପିଲାଟିକୁ ଚିହ୍ନି ପାରନ୍ତି, ତାହେଲେ ପାଣିକୋଇଲି ପୋଲିସ୍ କୁ ଏହି ନମ୍ବର୍ 7751946564 ରେ ଯୋଗାଯୋଗ କରିବାକୁ ଅନୁରୋଧ ।






