ଏ.କେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ “ସାଇବର ଠକେଇ ଏବଂ ଡିଜିଟାଲ ଗିରଫ ସଚେତନତା କାର୍ଯ୍ୟକ୍ରମ” ଆୟୋଜନ କରାଯାଇଥିଲା। ପ୍ରାୟ ୫୦ ଜଣ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
କମ୍ପ୍ୟୁଟର ଶିକ୍ଷକ ମହେନ୍ଦ୍ର ପ୍ରସାଦ ପଣ୍ଡା, ଭଞ୍ଜନଗର ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ର, ବୁଗୁଡ଼ା ପୋଲିସ ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ଓ ବାଲିପଦର ଫାଣ୍ଡି ଓଆଇସି କେ. ନୀଳାଦ୍ରୀ ରେଡ୍ଡୀ କାର୍ଯ୍ୟକ୍ରମରେ ଯୋଗଦେଇ ଅଂଶଗ୍ରହଣ କରିଥିବା ବରିଷ୍ଠ ନାଗରିକଙ୍କୁ ସାଇବର ଅପରାଧ ଓ ଡିଜିଟାଲ ଗିରଫ ଭଳି ନୂତନ ଠକେଇ ପ୍ରତି ସତର୍କ ଓ ସଚେତନ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଅଂଶଗ୍ରହଣକାରୀମାନଙ୍କୁ ସାଇବର ଠକେଇ ଏବଂ ଡିଜିଟାଲ ଗିରଫ ସହିତ ଜଡିତ ବିପଦ, କାର୍ଯ୍ୟପ୍ରଣାଳୀ ଏବଂ “ଡିଜିଟାଲ ଗିରଫ” ନାମରେ କୌଣସି ଆଇନଗତ ବ୍ୟବସ୍ଥା ନାହିଁ।
ଠକମାନେ ପୋଲିସ, ସିବିଆଇ, ଇଡି କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀ ପରି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଛନ୍ତି। ଏଭଳି କଲ୍ ଆସିଲେ କୌଣସି ପ୍ରକାର ଭୟଭୀତ ନହୋଇ ତୁରନ୍ତ ସ୍ଥାନୀୟ ପୋଲିସ କିମ୍ବା ସାଇବର ହେଲ୍ପଲାଇନ ୧୯୩୦ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।ଏହାସହ ବ୍ୟାଙ୍କ ଖାତା, ଏଟିଏମ ପିନ୍, ଓଟିପି ଓ ବ୍ୟକ୍ତିଗତ ତଥ୍ୟ କାହା ସହିତ ସେୟାର ନକରିବା, ଅଜଣା ଲିଙ୍କରେ କ୍ଲିକ୍ ନକରିବା ଏବଂ ସନ୍ଦେହଜନକ କଲ୍ କିମ୍ବା ମେସେଜ ପ୍ରତି ସତର୍କ ରହିବାକୁ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା। ଶେଷରେ ବାଲିପଦର ଫାଣ୍ଡି ଓଆଇସି ଶ୍ରୀ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ।ଏଭଳି ସଚେତନତା କାର୍ଯ୍ୟକ୍ରମ ସମାଜରେ ସାଇବର ଅପରାଧ ରୋକିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।






