ଏ.କେ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ୱାଇ ଭେଙ୍କଟେଶ୍ବର ରାଓ (କୋଣ୍ଡାବାବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାରୁ ଜଣାପଡିଛି କି, କୋଣ୍ଡାବାବୁ ଆଜି ରାତିରେ ଘରେ ଖାଇ ସାରିବା ପରେ ଛାତ ଉପରେ ଚାଲୁଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇ ହୃଦଘାତରେ ତଳେ ପଡି ଯାଇଥିଲେ। ତେବେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ସୂଚନା ଥାଉକି, ପୂର୍ବରୁ ସେ ବିଜେଡି ପାଇଁ କାର୍ଯ୍ୟ କରୁଥିବା ବେଳେ ୨୦୨୪ ନିର୍ବାଚନ ସରିଲା ପରେ କୋଣ୍ଡାବାବୁ ବିଜେପିରେ ଯୋଗ ଦେଇଥିଲେ ଏବଂ ବିଜେପି ତାଙ୍କୁ ତେଲୁଗୁ ଭୋଟ ପାଇଁ ଗୁରୁତ୍ବ ଦେଉଥିଲା । ସେ ଲଗାତାର ଦୁଇଥର ଟ୍ରକ ମାଲିକ ସଂଘର ସଭାପତି ରୂପେ କାର୍ଯ୍ୟ କରିଥିଲେ। ଏବଂ ଚଳିତ ଟ୍ରକ୍ ମାଲିକ ସଂଘ ନିର୍ବାଚନରେ ମଧ୍ୟ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗ ଜିଲ୍ଲା ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ଜିଲ୍ଲା ବିଜେପି ମହଲରେ ଶୋକରଛାୟା ଖେଳିଯାଇଛି।






