ଏ.କେ ବ୍ୟୁରୋ : ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ / ଖମାର, ୨୯/୧୦ : କଲେଜ ଛାତ୍ର ସଂସଦ ନିର୍ବାଚନ ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହେବାରେ ଲାଗିଛି। ପାଳଲହଡ଼ା ନିର୍ବାଚନ ମଣ୍ଡଳୀରେ ବିସିଜେଡି ପ୍ରାର୍ଥୀଙ୍କ ବିଜୟ ପରେ ଶାସକ ଦଳର ବିଧାୟକଙ୍କ ଲୋକପ୍ରିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାର ପ୍ରଭାବ ଆସନ୍ତା ପଞ୍ଚାୟତ ନିର୍ବାଚନ ନରେ ପଡ଼ିପାରେ ବୋଲି ଆଲୋଚନା ହେଉଛି।

ଏବଂ ଖମାର ସାରା ଓଡ଼ିଶ ଡ଼ିଶାରେ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପାଳଲହଡ଼ା ମାଲ୍ୟଗିରି ମହ ମହାବିଦ୍ୟାଳୟ ଉତ୍କଳମଣି ଳ ୟ ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଗେ ଗୋପବନ୍ଧୁ ସଂପନ୍ନ ଶାସକ ଦଳ ପକ୍ଷରୁ ବିଧାୟକଙ୍କ ପତିଆରା ଓ ଦଳର ସମ୍ମାନ ପାଇଁ ସବୁ ପ୍ରକାର ରାଜନୈତିକ କୌଶଳ ଅବଲମ୍ବନ କରାଯାଇଥିଲା । କିନ୍ତୁ, ପ୍ରାର୍ଥିପତ୍ର ଯାଞ୍ଚ ପରେ ମାଲ୍ୟଗିରି ମହାବିଦ୍ୟାଳୟରେ କେତେକ ପ ପଦରେ ବିସିଜେଡି ନିର୍ବ୍ବନ୍ଦ୍ବରେ ଲାଭ କରିଥିଲା । ଖମାର କଲେଜରେ ବିଜୟ ଲାଭ ବିସିଜେଡିର ଉପସଭାପତି ପ୍ରାର୍ଥୀ ଏବଂ ଏବିଭିପିର ୨ ଜଣ ପ୍ରାର୍ଥୀ ନିର୍ଦ୍ଦନ୍ଦ୍ବରେ ନିର୍ବାଚିତ ହୋଇଥିଲେ । ମାଲ୍ୟଗିରି ମହାବିଦ୍ୟାଳୟର ସଭାପତି, ସାଧାରଣ ସମ୍ପାଦକ ଏବଂ କ୍ରୀଡ଼ା ସଂସଦ ସଂପାଦକ ପଦରେ ବିସିଜେଡି ପ୍ରାର୍ଥୀ ବିପୁଳ ଭୋଟ୍ରେ ବିଜୟୀ ହୋଇଥିଲେ । ଖମାର କଲେଜରେ କଡ଼ା ଟକ୍କର ମଧ୍ୟରେ ଏବିଭିପିର ସଭାପତି ପ୍ରାର୍ଥୀ ମାତ୍ର ୨ ଖଣ୍ଡ ଭୋଟ୍ରେ ବିଜୟୀ ହେଇଥିଲେ । ଏପଟେ ବିସିଜେଡି ସାଧାରଣ ସମ୍ପାଦ ପ୍ରାର୍ଥୀ ବିଜୟୀ ହୋଇଥିଲେ | ନିର୍ବାଚନ ଫଳାଫଳ ପରେ ଦକ ପାଳଲହଡ଼ା ରାଜନୀତିର ଦୃଶ୍ୟପଟ ଏବେ ବଦଳି ଯାଇଥିବା ଭଳି ଜଣାପଡ଼ିଛି। ବି ବିଧାୟକଙ୍କ ପତିଆରା କମିବା ଆରମ୍ଭ ହେଉଥିବା ନେଇ ଜନସାଧାରଣରେ ଆଲୋଚନା ହେଉଛି। এ ସମ୍ପର୍କରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଛାତ୍ର ସଂସଦର ନିର୍ବାଚନ ଫଳାଫଳ ଦଳ କିମ୍ବା ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ | ଯେହେତୁ ଏ ନିର୍ବାଚନରେ ସେ ସମ୍ପୃକ୍ତ ନଥିଲେ। କୌଣସି ଦଳୀୟ ପଦାଧିକାରୀ ମଧ୍ୟ ସଂପୃକ୍ତ ନଥିଲେ, ତେଣୁ ଏଥିରେ ଆମର କୌଣସି ଭୂମିକା ନଥିଲା। ଦଳ, ଆମ ସରକାର ଏବଂ ବ୍ୟକ୍ତିଗତ ଭାବେ ମୁଁ ପାଳଲହଡ଼ା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରଖିଛୁ।ଅନୁଗୋଳ ରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






