ଏ.କେ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ = ଗତ କିଛିଦିନ ଧରି ସହରାଞ୍ଚଳ ର ଲକ୍ଷ୍ମୀପୂଜା ମଣ୍ଡପ ଗୁଡିକ ରେ ଶ୍ରଦ୍ଧାଳୁ ଙ୍କ ଦର୍ଶନ ଲାଗି ରହିଥିବା ବେଳେ ଶୁକ୍ରବାର ଯୁବନେତା ଅର୍ଜୁନ କୁମାର ସାହୁ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ l ପ୍ରଥମ ରେ ମା ମାହେଶ୍ୱରୀ ଛକ ସ୍ଥିତ ରୁଗୁଡ଼ିସାହି ଲକ୍ଷ୍ମୀପୂଜା ମଣ୍ଡପ କୁ ଯାଇ ମା ଲକ୍ଷ୍ମୀ ଙ୍କୁ ଦର୍ଶନ କରିଥିଲେ l
ତା ପରେ ପୁରୁଣାଗଡ଼ ସ୍ଥିତ ଲକ୍ଷ୍ମୀ ପୂଜା ମଣ୍ଡପ ଓ ଲିପ୍ତିଙ୍ଗା ଛକ ସ୍ଥିତ ଲକ୍ଷ୍ମୀ ପୂଜା ମଣ୍ଡପ ପହଂଚି ମା ଲକ୍ଷ୍ମୀ ଙ୍କୁ ଦର୍ଶନ କରିଥିଲେ l ଦର୍ଶନ ସମୟ ରେ ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ଓ ସଭ୍ୟ ମାନେ ମଣ୍ଡପ ସ୍ଥଳ କୁ ପାଛୋଟି ନେଇଥିଲେ l ଶ୍ରୀ ସାହୁ ଙ୍କ ସହିତ କାଉନସିଲର ନୂତନ କୁମାର ବେହେରା, ନଗର ବିଜେପି ସଭାପତି ଶୈଳବାଳା ଅମାନ୍ତ,ରଞ୍ଜିତ ମୁଣ୍ଡା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଯୋଗେନ୍ଦ୍ର ନାଏକ, ଶେଷଦେବ ବଣିଚର ଉପସ୍ଥିତ ଥିଲେ l ସେହିପରି ଶ୍ରୀ ସାହୁ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପୂଜା ମଣ୍ଡପ କୁ ଯାଇ ଦର୍ଶନ କରିଥିଲେ!
ଅନୁଗୋଳ ରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






